ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ୧୦ ଦିନିଆ ସ୍ପେଶାଲ ଡ୍ରାଇଭ: କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ

ସମ୍ୱଲପୁର: ଆହୁରି ଜୋରଦାର ହେବ କୋଭିଡ୍ କଟକଣା । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ୧୦ଦିନିଆ ସ୍ୱତନ୍ତ୍ର ଡ୍ରାଇଭ୍ । ଆସନ୍ତା ୧୬ତାରିଖ ଯାଏଁ ଚାଲିବ ସ୍ୱତନ୍ତ୍ର ଡ୍ରାଇଭ୍ । କୋଭିଡ କଟକଣା ଅନୁପାଳନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ କରାଯାଉଛି । ଏ ନେଇ ସବୁ ଏସପି, ଡିସିପିଙ୍କୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ ରହିଛି । ମାସ୍କ, ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ଅଭିଯାନ ନେଇ ଆଇନ ଶୃଙ୍ଖଳା ଡିଆଇଜିଙ୍କୁ ଦୈନିକ ରିପୋର୍ଟ ଦିଆଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ନିର୍ଦ୍ଦେଶ ଦେଇଥିଲେ ।