୬ ମାସ ମଧ୍ୟରେ ଆରମ୍ଭ ହେବ ସ୍ପେଶାଲ ଡ୍ରାଇଭ୍, ଯେଉଁମାନେ ପାଇନାହାନ୍ତି ସେମାନେ ପାଇବେ BSKY କାର୍ଡ

1 min read

କନ୍ଧମାଳ: ଆଉ ୬ ମାସ ଭିତରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ କରିବେ । ଯେଉଁମାନେ ପାଇଁ ନାହାନ୍ତି, ସେମାନେ BSKY କାର୍ଡ ପାଇବେ । ଦାରିଙ୍ଗବାଡି ମିନି ଷ୍ଟାଡିଅମରେ ପହଂଚି ଉପସ୍ଥିତ ଲୋକଙ୍କୁ ଏହି ବଡ଼ ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଲୋକଙ୍କ ହାନିଲାଭ ଓ ସୁଖଦୁଃଖ ବୁଝିବା ପାଇଁ ପଠାଇଛନ୍ତି ବୋଲି କହିଛନ୍ତି 5T ସଚିବ । ଯେଉଁସବୁ ଦରଖାସ୍ତ ମିଳିଛି ସେସବୁ ପୂରଣ କରାଯିବ । ଜଳସେଚନ କାମ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସଚିବ । ସେହିପରି କମ୍ୟୁନିଟି ସେଣ୍ଟର, ଜଗନ୍ନାଥ ମନ୍ଦିର, ମା ମନ୍ଦିର, ସାଇ ବାବା ମନ୍ଦିର, ହନୁମାନ ମନ୍ଦିର, ଚର୍ଚ୍ଚ, ମସଜିଦର ଉନ୍ନତି ପାଇଁ ଦାବିପତ୍ର ମିଳିଛି । ଏ ଦିଗରେ ଆଉ ୭ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଛନ୍ତି  । ଅର୍ଥାତ ୨୪ ତାରିଖ ସୁଦ୍ଧା ଟଙ୍କା ପ୍ରଦାନ ନେଇ ଖୁସି ଖବର ମିଳିବ ।

ଦାରିଙ୍ଗବାଡିର ଘରେ ଘରେ ପାନୀୟ ଜଳ ପହଂଚିବାକୁ ୧୧୨ କୋଟି ମଂଜୁର ହୋଇଛି  । ୬ ମାସ ଭିତରେ ହସ୍ପିଟାଲ ରୂପାନ୍ତର ହେବ । 5T ସ୍କୁଲ ରୂପାନ୍ତର ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ତିନୋଟି ସେତୁ ମୁଖ୍ୟମନ୍ତ୍ରୀ ମଂଜୁର କରିବେ । ମୁଖ୍ୟମନ୍ତ୍ରୀ କୁହନ୍ତି ଦାରିଙ୍ଗବାଡି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା । ସେ ଦାରିଙ୍ଗବାଡିକୁ ବହୁତ ଭଲ ପାଆନ୍ତି । ଦାରିଙ୍ଗବାଡି ନାଁ ଶୁଣିଲେ, ସେ ସବୁ କାମ କରି ଦିଅନ୍ତି । ମଧୁବାବୁ ଭତ୍ତା ଏବେ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଉପସ୍ଥିତ ଜନତାଙ୍କ ସହ ହାତ ମିଳାଇବା ସହ ସେଲ୍ଫି ନେଇଥିଲେ 5T ସଚିବ ।