ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି

ଭୁବନେଶ୍ୱର: ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି । ଆଉ ବର୍ତ୍ତି ପାରିବେନି ଦାଗୀ ନେତା । ବିଭିନ୍ନ ଆଳ ଦେଖାଇ  ଅପରାଧିକ ମାମଲାଗୁଡିକୁ ଗଡାଇ ପାରିବେ ନାହିଁ  ଅଭିଯୁକ୍ତ ।  ରାଜନେତାଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୁଣାଣି ସହ ଦୋଷ ପ୍ରମାଣ ହେଲେ ତୁରନ୍ତ ଦଣ୍ଡବିଧାନ କରିବାକୁ ଗୁରୁତ୍ୱ  ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ପରେ ହାଇକୋର୍ଟଙ୍କ ଏଭଳି ଆଭିମୁଖ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ହେଲେ ନେତାଙ୍କ ଛାତିରେ ଛନକା ପଶିଛି ।

ନେତା ସାବଧାନ ! କୋର୍ଟରେ ଆଉ ବର୍ଷ ବର୍ଷ ଗଡ଼ିବନି ଅପରାଧିକ ମାମଲା । ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ହାଇକୋର୍ଟ ମଧ୍ୟ କଠୋର ହୋଇଛନ୍ତି । କୌଣସି ରାଜନେତାଙ୍କ ବିରୋଧରେ ଅପରାଧିକ ମାମଲା ଥିଲେ କିମ୍ବା ହେଲେ , ତୁରନ୍ତ ସ୍ୱତନ୍ତ୍ର କୋର୍ଟରେ ଏହାର ଶୁଣାଣି ହେବ । ରାଜନେତାଙ୍କ ବିରୋଧରେ ରହିଥିବା ମାମଲା ଗୁଡିକର ବିଚାର ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି । କେବଳ ସେତିକି ନୁହେଁ ବିଧାୟକ ,ସାଂସଦ କିମ୍ବା ପୂର୍ବତନ ବିଧାୟକ କିମ୍ବା ବରିଷ୍ଠ ରାଜନେତାଙ୍କ ବିରୋଧରେ କେତେ ମାମଲା ଅଛି ତାହା ବି ଜାଣିବାକୁ ଚାହିଁଛନ୍ତି ।

Orissa High Court Closed Till July 10 – ODISHA BYTES

ଏବେ ରାଜ୍ୟରେ ୩ଟି ରାଜସ୍ୱ ଡିଭିଜନରେ ୩ଟି ସ୍ବତନ୍ତ୍ର କୋର୍ଟ ସହ ୧୧ଟି ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବା ସହ ଏସବୁ ପାଇଁ ଆବଶ୍ୟକ ଭିତ୍ତିଭୂମି ସଂପର୍କରେ ଜଣାଇବାକୁ ସରକାର ସମୟ ନେଇଛନ୍ତି ।  ତେବେ ଯେଉଁ ରାଜନେତାମାନେ ଅପରାଧ ସହିତ ଜଡ଼ିତ ସେମାନେ ଦଣ୍ଡିତ ହେବା ଉଚିତ ବୋଲି ଉଭୟ ଶାସକ ଓ ବିରୋଧୀ କହିଛନ୍ତି । ଦେଶରେ ୪ହଜାରରୁ ଅଧିକ ଅପରାଧିକ ମାମଲା ରହିଛି ରାଜନେତାଙ୍କ ବିରୋଧରେ ।  ଓଡିଶାରେ ଏ ସଂଖ୍ୟା ୧୧୦ରୁ ଅଧିକ ।  ସେଥିମଧ୍ୟରୁ ୧୨ରୁ ଅଧିକ ସଂଗୀନ ମାମଲା ରହିଛି ।  ଏପରିକି ଦୁଷ୍କର୍ମ ଓ ହତ୍ୟା ଭଳି ମାମଲା ବି ରହିଛି । ସମୀକ୍ଷକ କହିଛନ୍ତି, ନେତା ନିଜର କ୍ଷମତାର ଅପବ୍ୟବହାର କରି ଶୁଣାଣିକୁ ବିଳମ୍ବିତ କରି ଚାଲିଥାନ୍ତି । ଯାହାକି ଗଣତନ୍ତ୍ର ପ୍ରତି ବିପଦ ।

Leave a Reply