ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା
1 min read![](https://nandighoshatv.com/wp-content/uploads/2020/04/RBI-916x515-1.jpg)
କରୋନା ମହାମାରୀ ଯୋଗୁ ଏବେ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ ଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ୫୦ ହଜାର କୋଟି ଟଙ୍କାର ବିଶେଷ ସହାୟତା ପ୍ରଦାନର ଘୋଷଣା କରିଛି । ଗତ ସପ୍ତାହରେ ଫ୍ରାଙ୍କଲିନ୍ ଟେମ୍ପଲ୍ଟନ୍ ୬ଟି ଫଣ୍ଡ ବନ୍ଦ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି । ଯାହାକି କମ୍ପାନୀ ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରେ ।
ଲକ୍ଡାଉନ୍ ଯୋଗୁ ପୁଞ୍ଜି ବଜାରରେ ଅସ୍ଥିରତା ଲାଗିରହିଛି । ମ୍ୟୁଚୁଆଲ୍ ଫଣ୍ଡ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଚାପ ପଡ଼ିଛି । କେତେକ ମ୍ୟୁଚୁଆଲ୍ ଫଣ୍ଡ ବନ୍ଦ ଯ଼ୋଗୁଁ ଋଣ ପରିଶୋଧ ଚାପ ଲିକ୍ୟୁଡିଟି ଷ୍ଟ୍ରେନକୁ ତୀବ୍ରତର କରିଛି । ବର୍ତ୍ତମାନ ସ୍ଥିତିରେ କେବଳ ହାଇ-ରିସ୍କ ଡେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ ଉପରେ ଚାପ ସୀମିତ ରହିଥିବା ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ଛୁଟିଦିନ ବ୍ୟତୀତ ସୋମବାରଠାରୁ ଶୁକ୍ରବାର ମୃଧ୍ୟରେ ଯେକୌଣସି ଦିନ ବ୍ୟାଙ୍କଗୁଡ଼ିକ ସେମାନଙ୍କର ବିଡ୍ ଦାଖଲ କରି ଫଣ୍ଡ ପାଇ ପାରିବେ ବୋଲି ଅନୁମତି ଦିଆଯାଇଛି ।