ନାରୀ ସୁରକ୍ଷା ନେଇ ନୂଆ ଉଦ୍ଭାବନ: ଛୁଇଁଲେ ମାରିବ ୨୨୦ ଭୋଲଟ୍‌ର ଝଟକା

ନୂଆପଡ଼ା: ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକୁ ନେଇ ସମଗ୍ର ଦେଶରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢ଼ିଚାଲିଛି । ଆଉ ଏଭଳି ପରିସ୍ଥିତିରେ ମିହଳାଙ୍କ ସୁରକ୍ଷା ପୋଲସ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଝିଅ ହେଉ ବା ମହିଳା କେହିଁ ଘରୁ ଏକାକୀ ବାହାରିବା ସୁରକ୍ଷିତ ମଣୁନାହାନ୍ତି । ଘର ବାହାରେ ଥିବା ଝିଅର ଫେରିବା ବାଟକୁ ଚାହିଁ ରହିଥାଉଛନ୍ତି ବାପା ମା’ । ଏଭଳି ସମୟରେ ନାରୀଙ୍କ ସୁରକ୍ଷା କବଚ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ କଲେଜ ଛାତ୍ର ।

ନାରୀ ସୁରକ୍ଷା ପାଇଁ କରିଛନ୍ତି ନୂଆ ଉଦ୍ଭାବନ । ତିଆରି କରିଛନ୍ତି ସୁରକ୍ଷା କବଚ୍‌ । ଏହି ବ୍ୟାଣ୍ଡକୁ ପିନ୍ଧିଥିବା ଯେ କୌଣସି ଝଅ କିମ୍ୱା ମହିଳା ବଟନ୍‌ ଚିପିଲେ ଆକ୍ରମଣକାରୀଙ୍କ ଲାଗିବ ୨୨୦ ଭୋଲଟ୍‌ର ଝଟକା । ଏହା ଦ୍ୱାରା ନିଜ ସୁରକ୍ଷା ନିଜେ କରିପାରିବେ ବୋଲି କହିଛନ୍ତି ବ୍ୟାଣ୍ଡ୍‌ ତିଆାରି କରିଥିବା ଛାତ୍ର ଲଛମନ୍‌ ଦୁଣ୍ଡି ।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଠାରେ ଥିବା ଲୋକଦୃଷ୍ଟି କଲେଜ ପଦାର୍ଥ ବିଜ୍ଞାନର ଛାତ୍ର ଲଛମନ୍‌ ପୂର୍ବରୁ ଅଚଳ ୫୦୦ ଟଙ୍କିଆ ନୋଟରୁ ବିଦ୍ୟୁତ ଉତ୍ପର୍ଣ୍ଣ କରି ବଲପ୍‌ ଜଳାଇବା ପରେ ଚର୍ଚ୍ଚାକୁ ଆସିଥିଲେ । ଏବେ ନାରୀଙ୍କ ସୁରକ୍ଷାକୁ ନେଇ ଏକ କବଚ ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ନାରୀଙ୍କ ପାଇଁ ଏପରି ସୁରକ୍ଷା କବଚ ତିଆରି କରିଥିବା ଛାତ୍ର ବିଭିନ୍ନ କଲେଜକୁ ଯାଇ ଛାତ୍ରଛାତ୍ରୀଙ୍କ ଗହଣରେ ଏହାକୁ ପ୍ରଦର୍ଶନ କରିବା ସହ ଏହାର ବ୍ୟବହାର ସମ୍ପର୍କରେ ବୁଝାଉଛନ୍ତି । ଲଛ୍‌ମନ୍‌ ଏପରି ଉଦ୍ୟମକୁ ନେଇ ସମସ୍ତେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

Leave a Reply