୬୦ ହଜାର ପ୍ରଭାବିତଙ୍କୁ ରିଲିଫ ଯୋଗାଇବ ‘ଓଡ଼ିଶା ମୋ ପରିବାର’
ଭୁବନେଶ୍ୱର: ବାଲେଶ୍ୱରରେ ବାତ୍ୟା ପୀଡିତଙ୍କ ପାଇଁ ବିଜେଡି ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଦଳ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟ ଚାଲିଥିବା ବେଳେ, ଓଡ଼ିଶା ମୋ ପରିବାର ତରଫରୁ ପ୍ରଥମ ପର୍ଯାୟରେ 60 ହଜାର ପ୍ରଭାବିତଙ୍କୁ ରିଲିଫ ଯୋଗାଇ ଦିଆଯିବ ।
ପ୍ରତି ସପ୍ତାହରେ ଏଭଳି ରିଲିଫ ଗାଡି ବାହାରି ବାଲେଶ୍ୱର ଜିଲ୍ଲାରେ ପ୍ରଭାବିତ ହୋଇଥିବା 19 ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିବ ବିଜୁ ଜନତା ଦଳ । ଦଳର ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ସମସ୍ତ ବିଧାୟକମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।