ତୃତୀୟ ସୋମବାରରେ ଜଳାଭିଷେକ କରୁଛନ୍ତି ଶିବ ଭକ୍ତ, ନଦୀଘାଟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ: ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ ପାଇଁ ଭକ୍ତଙ୍କ ସମାଗମ ହୋଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କାଉଡିଆମାନେ ଯେପରି ସୁରକ୍ଷିତ ଭାବେ ନଦୀ ପାରି ହୋଇ ଆସିପାରିବେ, ସେଥିପାଇଁ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫର ୨ଟି ଟିମ ସହ ଅଗ୍ନିଶମ ବାହିନୀ ଓ ପୋଲିସ ମୁତୟନ ରହିଛନ୍ତି । ବାବାଙ୍କ ପାଖରେ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି ।