ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ, କାଲି ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଶୂନ୍ୟକାଳରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଯାହାଯୋଗୁ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସରକାରଙ୍କ ପ୍ରତି ରୁଲିଂ ଦେଇ କହିଥିଲେ ଡ୍ରାଇଭର ସଂଘ ସହ ସରକାର ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତି । ଏହି ପରିପ୍ରକ୍ଷୀରେ ଆସନ୍ତାକାଲି ଗୃହରେ ପରିବହନ ମନ୍ତ୍ରୀ ବିବୃତି ରଖିବେ ।

ଗତକାଲିଠୁ ଡ୍ରାଇଭର ମହାସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ନାଁରେ ଦାଦାଗିରି କରୁଛି । ଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି । ଜୋର ଜବରଦସ୍ତି ଗାଡ଼ି ଅଟକାଇ ଆନ୍ଦୋଳନରେ ସାମିଲ ହେବାକୁ ଡ୍ରାଇଭରଙ୍କୁ ଧମକ୍ ଦେଉଥିବାରୁ ସମସ୍ତେ ଡ୍ରାଇଭର ସଂଘର ଆନ୍ଦୋଳନକୁ ନିନ୍ଦା କରିଛନ୍ତି ।