ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । କେନ୍ଦ୍ର ଆଇନମନ୍ତ୍ରୀ କୀରଣ ରିଜଜୁଙ୍କୁ ଚିଠି ଲେଖିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର । ୧୮ ସେପ୍ଟେମ୍ବର ୨୦୧୮ରେ ବିଧାନସଭା ସଂକଳ୍ପ ପ୍ରସ୍ତାବ ପାରିତ ହୋଇ କେନ୍ଦ୍ରକୁ ଅବଗତ କରାଯାଇଥିଲା । ରାଜ୍ୟସଭା, ଲୋକସଭା, ଆଇନବିଭାଗକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଥିବା କଥା ଜଣାଯାଇଥିଲା । କିନ୍ତୁ କେଉଁ କାରଣରୁ ଏ ବିଷୟରେ ଆପଣଙ୍କୁ ଅବଗତ କରାଯାଇନାହିଁ, ସେ ଦିଗରେ  ତଦନ୍ତ କରିବାକୁ ବାଚସ୍ପତି ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ଦ୍ବିତୀୟ ଚିଠିରେ ୨୦୧୮ରେ ପଠାଯାଇଥିବା ସଂକଳ୍ପର ପ୍ରମାଣପତ୍ର ଓ ସମସ୍ତ ଚିଠିକୁ ସଂଲଗ୍ନ କରି କେନ୍ଦ୍ରକୁ ପଠାଯାଇଛି । ତେଣୁ ଏସମ୍ପର୍କରେ କେନ୍ଦ୍ର ସରକାର ଚିଠି ପାଇ ରାଜ୍ୟକୁ ଅବଗତ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

Leave a Reply