ଧାନ ପାଇଁ ଚାଲି ପାରୁନି ଗୃହ; ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାରେ ୩ ଦିନ ହେଲା ଲାଗି ରହିଛି ଧାନ ତାତି । ଧାନ କିଣାକୁ ନେଇ ଚାଲି ପାରୁନି ଗୃହ । ମଣ୍ଡି ନ ଖୋଲିବା, ଧାନ ନ ଉଠିବା ଓ ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି । ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ରଖିଥିଲେ । ଶୂନ୍ୟକାଳରେ ମଧ୍ୟ ସମାନ ସ୍ଥିତି ଉପୁଜି ଥିଲା । ପୁଣି କଂଗ୍ରେସ ସଦ୍ୟସ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ୧୨ଟା ୩୦ ଯାଏଁ ମୁଲତବି ରଖିଛନ୍ତି । ଏଥିସହ ଗୃହକାର୍ଯ୍ୟ ସୁରୁଖୁରରେ ଚଳାଇବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଲାଗି ରହିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଟୋକନ ବ୍ୟବସ୍ଥାକୁ ସରଳୀକରଣ କରିବାକୁ ଚାଷୀ ଦାବି କରୁଛନ୍ତି । ପ୍ରଶାସନ ସହ ଚାଷୀ ନେତାଙ୍କ ବୈଠକ ବିଫଳ ହେବାପରେ ଉତ୍ପାଦିତ ଧାନକୁ ଧରି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

 

Leave a Reply