spot_img

Latest Posts

କରୋନା ଯୋଗୁଁ ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କର ମୃତ୍ୟୁ

କରୋନା କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁଁ ସ୍ପେନର ରାଜ ପରିବାରର ରାଜକୁମାରୀ ମାରିଆ ଟେରେସାଙ୍କର ମୃତ୍ୟୁ ହୋଇଛି । ୮୬ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ଚଳିତ ମାସ ୨୬ ତାରିଖରେ ରାଜକୁମାରୀଙ୍କର ମୃତ୍ୟୁ ହୋଇଥିଲା।

କରୋନାଭାଇରସ ସଂକ୍ରମିତ ହେବା ପରେ ସେ ଚିକିତ୍ସିତ ହେଉଥିଲେ। ଏହି ରୋଗର ଅନେକ ଲୋକେ ଶିକାର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଠିକ୍ ହୋଇ ଘରକୁ ମଧ୍ୟ ଫେରିଛନ୍ତି  । ତେବେ ନିକଟରେ ରାଜକୁମାରୀଙ୍କ ମୃତ୍ୟୁ ନେଇ ସ୍ପେନରୁ ଏହି ବଡ ଖବର ଆସିଛି। ସୂଚନାଯୋଗ୍ୟ ଯେ, ଇଟାଲି ପରେ ସ୍ପେନ୍ ରେ କରୋନା ପାଇଁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି  । ସ୍ପେନରେ କରୋନା ବଡ଼ ଧ୍ୱଂସ କରିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସ୍ପେନରେ ୮୪୪ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍ପେନ ଏବଂ ଇଟାଲିରେ ଚାଇନାରୁ ଅଧିକ ଲୋକେ ସଂକ୍ରମିତ ଅଛନ୍ତି ।  ସ୍ପେନରେ ଏବେ ଜରୁରୀକାଳୀନ ପରିସ୍ଥିତି ରହିଛି ଯାହା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୩୦ ହଜାର ୮୪୫ଶହ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ  ୬୨ହଜାର ୬୭୪କୁ ବୃଦ୍ଧି ପାଇଛି । ଭାରତରେ ବର୍ତ୍ତମାନ ସୁଦ୍ଧା ୨୬ ଜଣ କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି । ୧୦୦୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ୮୪ ଜଣ କରୋନା ସଂକ୍ରମିତ ଭଲ ହୋଇ ଘରକୁ ଫେରିଥିବା ଜଣାପଡିଛି ।

 

Latest Posts

Don't Miss