ନନ୍ଦିଘୋଷ ବ୍ୟୁରୋ : ଆଜି ସନ୍ଧ୍ୟା ୭.୩୦ରେ ସ୍ପେସଏକ୍ସ ଲଞ୍ଚ କରିବ ଷ୍ଟାରସିପ ଫ୍ଲାଇଟ ୧୦। ଏଥିଲାଗି ସରିଛି ସମସ୍ତ ପ୍ରସ୍ତୁତି। ଷ୍ଟାରସିପ ମେଗାରକେଟ ପୃଥିବୀର ସବୁଠାରୁ ବଡ଼ ରକେଟ। ଆମେରିକା ସାଉଥ ଟେକ୍ସାସର ବୋକାଚିକା ବିଚ୍ ନିକଟସ୍ଥ ସ୍ପେସଏକ୍ସ ଷ୍ଟାରବେସ ଫାସିଲିଟିରୁ ଏହାର ଉତକ୍ଷେପଣ ହେବ। ଚଳିତ ବର୍ଷ ଏହି ଅଭିଯାନ ସଫଳ ହେବ ବୋଲି ଆଶା ରଖିଛି ସ୍ପେସଏକ୍ସ। ପୂର୍ବରୁ ଫ୍ଲାଇଟ ୭, ଫ୍ଲାଇଟ ୮ ଓ ଫ୍ଲାଇଟ ୯ ଉତକ୍ଷେପଣ କରିଥିଲା। ମାତ୍ର ସେସବୁ ବିଫଳ ହୋଇଥିଲା। ଗତ ଜୁନରେ ଏକ ଷ୍ଟାରସିପ ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା। ଆସନ୍ତା ୨୦୨୭ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ଆର୍ଟେମିସ ୩ ପଠାଇବା ଲାଗି ଷ୍ଟାରସିପ ଉପରେ ଭରସା ରଖିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର।

