ମାତ୍ର ୩୯ ସେକେଣ୍ଡ ପୂର୍ବରୁ ଅଟକାଗଲା ଦୁନିଆର ସବୁଠୁ ଶକ୍ତିଶାଳୀ ଲଞ୍ଚ  

କାର୍ଲିଫର୍ଣ୍ଣିଆ: ଦୁନିଆର ସବୁଠାରୁ ଶକ୍ତିଶାଳୀ ଲଞ୍ଚ ଯାନ ଷ୍ଟାରସିପର ପ୍ରଥମ କକ୍ଷପଥ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହାକୁ ସନ୍ଧ୍ୟା ୬.୫୦ ରେ ଲଞ୍ଚ କରାଯାଇଥାନ୍ତା । ବର୍ତ୍ତମାନ ରକେଟ୍ ପୁଣି ସେଟ୍ କରିବାକୁ ଅତି କମରେ ୪୮ ଘଣ୍ଟା ସମୟ ଲାଗିବ । ପ୍ରେସର ଭଲଭରେ ଫ୍ରିଜ୍ କାରଣରୁ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଷ୍ଟେନଲେସ୍ ଷ୍ଟିଲ୍ ଷ୍ଟାରସିପ୍ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଦ୍ୱାରା ନିର୍ମାଣ କରାଯାଇଥିଲା।

ଏହି ଉତକ୍ଷେପଣ ଗୁରୁତ୍ୱପୂର୍ଣ୍ଣ ଉତକ୍ଷେପଣ ଥିଲା । କାରଣ କେବଳ ଏହି ମହାକାଶଯାନ ମଣିଷଙ୍କୁ ଇଣ୍ଟରପ୍ଲାନେଟେରି କରିବ । ଏହା ସାହାଯ୍ୟରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ପାଦ ଦେଇପାରିବ । ଏଲନ୍ ମସ୍କ ୨୦୨୯ ସୁଦ୍ଧା ମଣିଷକୁ ମଙ୍ଗଳ ଗ୍ରହକୁ ନେଇ ସେଠାରେ ଏକ କଲୋନୀ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ମହାକାଶଯାନ ମଧ୍ୟ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ମଣିଷକୁ ପୃଥିବୀର ଯେକୌଣସି କୋଣରୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହେଇପାରିବ ।

ଲଞ୍ଚ ସ୍ଥଗିତ ହେବା ପରେ ଏଲନ୍ ମସ୍କ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ‘ଲାଗୁଛି ଯେ ଏକ ପ୍ରେସର ଭଲଭ୍ ଫ୍ରିଜ୍ ହୋଇଯାଇଛି, ତେଣୁ ଏହା କାମ ଆରମ୍ଭ ନହେବା ପର୍ଯ୍ୟନ୍ତ ଲଞ୍ଚ କରାଯାଇପାରିବ ନାହିଁ।’ ଆଜି ବହୁତ କିଛି ଶିଖିଲି । ବର୍ତ୍ତମାନ ପ୍ରୋପେଲାଣ୍ଟ ଅଫଲୋଡ୍ କରାଯାଉଛି । କିଛି ଦିନ ମଧ୍ୟରେ ପୁଣି ଚେଷ୍ଟା କରାଯିବ। ରକେଟରେ ଇନ୍ଧନ ଭରିବା ଏକ କଷ୍ଟକର କାମ । ଏହାକୁ ପ୍ରଥମ ଥର କରିବା ମଧ୍ୟ ଆହୁରୀ କଷ୍ଟକର ।

ହେଲେ ୨୩ କିଲୋମିଟର ଦୂର ମଙ୍ଗଳ ଗ୍ରହରେ କଲୋନୀ ତିଆରି କରିବାର ଆବଶ୍ୟକତା କ’ଣ ରହିଛି ? ଯଦି କଲୋନୀ ହେବ ତାହାଲେ ସେଠାକୁ ଯିବାକୁ କେତେ ସମୟ ଲାଗିବ? ମଣିଷ କେମିତି ଏହି ଗ୍ରହରୁ ଫେରିବ ।

ସ୍ପେସ୍ ଏକ୍ସର ଷ୍ଟାରସିପ୍ ମହାକାଶଯାନ ଏବଂ ସୁପର ହେଭି ରକେଟକୁ ସାମୂହିକ ଭାବରେ ‘ଷ୍ଟାରସିପ୍’ କୁହାଯାଏ । ଏହା ଏକ ପୁନଃ ବ୍ୟବହାର ଯୋଗ୍ୟ ପରିବହନ ବ୍ୟବସ୍ଥା । ଏଥିରେ ଉନ୍ନତମାନର ରାପ୍ଟର ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହା ଦୁନିଆରେ ସବୁଠୁ ଶକ୍ତିଶାଳୀ ଲଞ୍ଚ ଭେହିକିଲ । ଏହା ଏକ ସମୟରେ ଶହେ ଲୋକଙ୍କୁ ଏକା ଥର ମଙ୍ଗଳ ଗ୍ରହକୁ ନେଇପାରିବ ।