ନାସା ଉତ୍କ୍ଷେପଣ କରିବ ଜଳ ଇନ୍ଧନ ଉପଗ୍ରହ
1 min read
ନୂଆଦିଲ୍ଲୀ: ମହାକାଶକୁ ଆମେରିକାର ସ୍ପେସ୍ ଏଜେନ୍ସି ନାସା ଉତ୍କ୍ଷେପଣ କରିବ ଜଳ ଇନ୍ଧନ ଉପଗ୍ରହ । ଏନେଇ ଚଳାଇଛି ଜୋରଦାର ପସ୍ତୁତି । ଏହି ଉପଗ୍ରହଗୁଡ଼ିକରେ ଜଳ ଇନ୍ଧନ କାମ କରିବ । ଏହି ଉପଗ୍ରହକୁ ପୃଥିବୀଠାରୁ ପ୍ରାୟ ୧୬୦ କିଲୋମିଟର ଉଚ୍ଚତାରେ ଛଡାଯିବ ।
ଯଦି ଏହି ମିଶନ ସଫଳ ହୁଏ ତାହାହେଲେ ଆମେରିକା ନୂଆ ଇତିହାସ ରଚିବ । ଉପଗ୍ରହ ଇନ୍ଧନରେ ଲାଗୁଥିବା ଅର୍ଥ ସଞ୍ଚୟ ହୋଇପାରିବ । ଜାନୁଆରୀ ମାସର ଶେଷ ସୁଦ୍ଧା ଆମେରିକା ଏହି ଜଳ ଇନ୍ଧନ ସେଟଲାଇଟ୍ ଉତକ୍ଷେପଣ କରିବ । ଏହି ଉପଗ୍ରହଗୁଡିକ ଫ୍ଲୋରିଡାର କେପ୍ କାନଭେରାଲ୍ ସ୍ପେସ୍ ଷ୍ଟେସନରୁ ଉତକ୍ଷେପଣ କରାଯିବ । ସ୍ପେସ ଏକ୍ସ ଫାଲକନ-୯ ରକେଟ ଦ୍ବାରା ଏହା ମହାକାଶକୁ ଛଡାଯିବ । ନାସା ଏହି ଉପଗ୍ରହ ନା ରଖିଛି V-R3x ।