spot_img

Latest Posts

ସହାୟତା ଦେବାକୁ ଯାଇ କୋଭିଡ ନିୟମ ଭାଙ୍ଗିଲେ ଏସ୍‌ପି ସାରା ଶର୍ମା

ଗଜପତି: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ କରୋନା ଗ୍ରାଫ୍‌ ଉପର ମୁହାଁ ହେଉଛି ରାଜ୍ୟରେ । ଏନେଇ ରାଜ୍ୟରେ କେମିତି କରୋନା ସଂକ୍ରମଣକୁ ରୋକା ଯାଇପାରିବ ସେନେଇ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି । ଯେଉଁମାନେ କୋଭିଡ ୧୯ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମାନ ନିଆଯାଉଛି । କିନ୍ତୁ ଯେତେବେଳେ ରାଜ୍ୟ ସରକାର ଏଭଳି କଡ଼ା ନିୟମ କରୁଛନ୍ତି ସେତେବେଳେ ଜଣେ ଆଇପିଏସ୍ ଅଧିକାରୀ ଏହି ନିୟମକୁ ଭାଙ୍ଗିଛନ୍ତି ।

କରୋନା ସଂକଟ ବେଳେ ସାମାଜିକ ଦୂରତା ଭାଙ୍ଗିଛନ୍ତି ଗଜପତି ଏସପି ସାରା ଶର୍ମା । ଏ ଦୃଶ୍ୟ ହେଉଛି, ଗୁମ୍ମା ବ୍ଲକ କୁଲାଙ୍ଗ ଗାଁର । ଲୋକଙ୍କୁ ସହାୟତା ଦେବାକୁ ଯାଇଥିଲେ ଏସ୍‌ପି । ହେଲେ ଭୁଲି ଯାଇଥିଲେ କରୋନା କଟକଣା , ସାମାଜିକ ଦୂରତା ରକ୍ଷା । ଏସପିଙ୍କ ସ୍ୱାଗତରେ ଏକାଠି ହୋଇଥିଲେ ଶତାଧିକ ଗାଁ ଲୋକ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ ଯାଏଁ । କିଏ ମାସ୍କ ପିନ୍ଧିଥିଲେ କିଏ ଖାଲି ମୁହଁରେ । ନାଚ, ଗୀତ ସାଙ୍ଗକୁ ରୀତିମତ ପ୍ରସେସନ୍ ଜମୁଛି । ଫୁଲତୋଡ଼ା ଓ ନାଚ ଗୀତ ସହ ଏସପିଙ୍କ ସ୍ୱାଗତ କରିଥିଲେ ଲୋକ ।

ସ୍ୱାଗତ ପଟୁଆରରେ କୁନି କୁନି ପିଲା ବି ସାମିଲ ହୋଇଥିଲେ । ହେଲେ ପ୍ରଶ୍ନ ଉଠୁଛି, କରୋନା ସଂକଟରେ କେମିତି ଖୋଲାଖୋଲି ନିୟମ ଭାଙ୍ଗୁଛନ୍ତି ଏସପି? ଗାଁ ଲୋକ ସଚେତନ ନହେଲେ ବି ଏସପିଙ୍କ ଉପସ୍ଥିତିରେ କେମିତି ହେଉଛି ନିୟମ ଉଲ୍ଲଂଘନ? ନିୟମକୁ କାର୍ଯ୍ୟକାରୀ କରୁଥିବା ପ୍ରଶାସନିକ ଅଧିକାରୀ ଯଦି ଏଭଳି ନିୟମ ଭାଙ୍ଗିବେ, ତାହାଲେ ସାଧାରଣ ଲୋକଙ୍କୁ ଜଗିବ କିଏ? ସଚେତନତାକୁ ନେଇ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି ସାରା ଶର୍ମା । ହେଲେ ଏବେ ନିଜେ କେମିତି ସଚେତନ ହେଲେନି ?

Latest Posts

Don't Miss