ସମାଜବାଦୀ ସାଂସଦ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଆଇସିୟୁରେ ଭର୍ତ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଏବଂ ସାଂସଦ ଆଜମ ଖାନଙ୍କୁ ଗୁରୁତର ଅବସ୍ଥାରେ କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଫୁସଫୁସରେ ଫାଇବ୍ରୋସିସ୍‌ଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଆଜମଙ୍କ ପୁଅଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ଆସିଛି । ମେନ୍ଦାତା ହସ୍ପିଟାଲର ମେଡିକଲ ଡାଇରେକ୍ଟର ରାକେଶ କପୂରଙ୍କ କହିବା ହେଉଛି ଆଜମଙ୍କୁ ୩ରୁ ୪ ଲିଟିର ଅକ୍ସିଜେନ ଆବଶ୍ୟକ ହେଉଛି ।

ନିକଟ ଅତୀତରେ ଆଜମଙ୍କ ଫୁସଫୁସରେ ଫାଇବ୍ରୋସିସ ଚିହ୍ନଟ ହୋଇଥିଲା । ଏହା ସହିତ କ୍ୟାଭିଟି ମିଳିଥିଲା । ଏଥିପାଇଁ ଅକ୍ସିଜେନ ସପୋର୍ଟକୁ ୨ ଲିଟରରୁ ବଢାଇ ୫ ଲିଟର କରାଯାଇଛି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଆଜମଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

 

ଡାକ୍ତରଙ୍କ କହିବା ହେଉଛି ଫାଇବ୍ରୋସିସ ଯୋଗୁଁ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ମିଳିପାରେ ନାହିଁ । ତେବେ କୋଭିଡ ସଂକ୍ରମିତଙ୍କ ଅକ୍ସିଜେନ ସ୍ତର ବଢିଥାଏ ଏବଂ କମିଥାଏ । ଯାହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଡାକ୍ତର ଲଗାତାର ଆଜମଙ୍କ ସ୍ଥିତି ପରଖୁଛନ୍ତି ।

ଅନ୍ୟପଟେ ଆଜମଙ୍କ ପୁଅ ମୋହମ୍ମଦ ଅବଦୁଲ୍ଲା ଆଜମଙ୍କ ସ୍ଥିତି ଠିକ୍‌ରହିଛି । ଯଦିଓ ରିପୋର୍ଟ ନେଗେଟିଭ୍‌ଆସିଛି ତଥାପି ତାଙ୍କ ପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି ଡାକ୍ତର ।

Leave a Reply