ବିଜେପି କଂଗ୍ରେସ ଏକ: ଅଖିଳେଶ ଯାଦବ
1 min readଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । କିନ୍ତୁ ନିର୍ବାଚନ ପୂର୍ବରୁ ସରଗରମ ୟୁପି ରାଜନୀତି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ମୁହାଁମୁହିଁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ କଂଗ୍ରେସ । ବାସ୍ତବରେ ଅକ୍ଟୋବର ୩୦ରେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ସିଂ ଯାଦବ ଏକ ପ୍ରଶ୍ନର ଉତ୍ତରେ କହିଛନ୍ତି କି କଂଗ୍ରେସ-ବିଜେପି ସମାନ ।
काजू भुने प्लेट में, मिनरल वाटर गिलास में।
नकली समाजवाद उतरा है, योगी के आवास में।ईडी-आयकर से बचने के लिए संघर्ष करते हुए अखिलेश जी की एक शानदार तस्वीर। https://t.co/Xb7RuAOy3U pic.twitter.com/2VsI85w7F3
— UP Congress (@INCUttarPradesh) October 30, 2021
ତେବେ ଅଖିଳେଶ ଯାଦବଙ୍କ ଏହି ବୟାନର ପ୍ରତିଶୋଧ ନେଇଛନ୍ତି ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କା ରବିବାର ଗୋରଖପୁରରେ ପ୍ରତିଗ୍ୟା ଯାତ୍ରାରେ ଯୋଗ ଦେବା ସମୟରେ ସମାଜବାଦୀ ପାର୍ଟି ବିପକ୍ଷରେ ବିଶଦଗାର କରିଛନ୍ତି । ଅଖିଳେଶ ଯାଦବଙ୍କ ବିବୃତ୍ତି ଉପରେ ପ୍ରିୟଙ୍କା କହିଥିଲେ କି ସପା, ବିଏସପି କହୁଛି କି କଂଗ୍ରେସ ବିଜେପିକୁ ସହଯୋଗ କରୁଛି । କିନ୍ତୁ ଆଜି ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି କି ସେମାନେ କେଉଁଠାରେ ଅଛନ୍ତି? ଯେତେବେଳେ କିଛି ବିବାଦ ଆସେ ସେମାନେ କାହିଁକି ଆସନ୍ତି ନାହିଁ । କିଛି ବିପଦ ଆସିଲେ କେବଳ କଂଗ୍ରେସ ଆସେ । କେବଳ କଂଗ୍ରେସ ଲଢ଼େଇ କରେ । ମୁଁ ଆଜି ଏହି ଷ୍ଟେଜରୁ କହୁଛି କି ମୁଁ ମିରିଯିବି କିନ୍ତୁ ବିଜେପି ସହ କଦାପି ନାହିଁ ।
कुछ लोग इतने बढ़े मूर्ख होते है की नेताजी के आवास को योगी आवास बताते हैं। और अपनी फ़ितरत को आज भी सत्ता से हटने के बाद नहीं भूले है।। लल्लू व्यक्ति और कर ही क्या सकता है।।#अखिलेश_आ_रहे_है यही सच है।@yadavakhilesh @samajwadiparty https://t.co/fddTIIMQgs
— Dr Anurag bhadouria (@anuragspparty) October 31, 2021
ତେବେ ଏହି ଆରୋପ ପ୍ରତ୍ୟାରୋପ ରାଜନୀତି ଖାଲି ମଞ୍ଚରେ ସୀମିତ ରହିନି । ଟୁଇଟରରେ ମଧ୍ୟ ଦେଖିବାକୁ ମିଳିଛି ଏହି ଦୁଇ ଦଳଙ୍କ ମଧ୍ୟ ଚାଲିଥିବା ତୁତୁ ମେମେ ରାଜନୀତି । ଅଖିଳେଶ ଯାଦବଙ୍କ ଏହି ବିବୃତ୍ତି ପରେ ୟୁପି କଂଗ୍ରେସ ଏକ ଫଟୋ ପୋଷ୍ଟ କରି ଲେଖିଛି କି ଇଡି ଇନକମ୍ ଟ୍ୟାକ୍ସରୁ ବଞ୍ଚିବା ପାଇଁ ଅଖିଳେଶ ଯାଦବ ଯୋଗୀ ଆଦିତ୍ୟନାଥଙ୍କ ଘରେ ବୋଲି ଲେଖିଛି କଂଗ୍ରେସ । ତେବେ ଏହି କଂଗ୍ରେସର ଏହି ଟୁଇଟ ପରେ ଏହାର ଜବାବ ରଖିଛି ସପା । ସମାଜବାଦୀ ପାର୍ଟିର ମୁଖପାତ୍ର ଅନୁରାଗ ଭାଦୁରିଆ କହିଛନ୍ତି କି ରାଜନୀତିରେ ଲଢ଼େଇ ଅଛି ଏବଂ ସୌଜନମୂଳକ ସାକ୍ଷାତକାର ମଧ୍ୟ ଅଛି ବୋଲି କହିଛନ୍ତି ଅନୁରାଗ ।