ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ପୂର୍ବରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ

1 min read

ନୂଆଦିଲ୍ଲୀ: ସକ୍ରିୟ ହେଲା ମୌସୁମୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଇଛି ଗୁଡ୍ ନ୍ୟୁଜ । ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଅନୁମାନ ଅନୁସାରେ ୫ ଦିନ ଆଗରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ସକ୍ରିୟ ହୋଇ ମୌସୁମୀ ଆଣ୍ଡାମାନ ସାଗର ଦିଗରେ ଅଗ୍ରସର ହେଉଛି । ପ୍ରଭାବରେ ଆଣ୍ଡାମାନ ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ମେ’ ୨୭ରେ କେରଳ ସ୍ପର୍ଶ କରିବ । ଏହାପରେ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ପହଞ୍ଚିଯିବ ବୋଲି ଆକଳନ କରାଯାଇଛି । ପ୍ରଭାବରେ ଏଣିକି ରାଜ୍ୟରେ ଆଉ ତାତି ବଢ଼ିବନି ବୋଲି ପାଣିପାଗ କେନ୍ଦ୍ର କହିଛି ।