spot_img

Latest Posts

ଦକ୍ଷିଣରେ ବଢ଼ିଲା ଭାଷା ବିବାଦ, ବିଧାନସଭା ନିର୍ବାଚନ ପୂର୍ବରୁ ଭାଷା କାର୍ଡ ଖେଳିଲେ ଷ୍ଟାଲିନ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୀ ଭାଷାକୁ ଅଧିକ ଟାର୍ଗେଟ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଏନେଇ ସେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ଗତ ୧୦୦ ବର୍ଷ ମଧ୍ଯରେ କେବଳ ହିନ୍ଦୀ ଭାଷା ୨୫ଟି ଉତ୍ତର ଭାରତୀୟ ଭାଷାକୁ ଧ୍ବଂସ କରିଦେଇଛନ୍ତି ବୋଲି କହିଛନ୍ତି ଷ୍ଟାଲିନ। ଉତ୍ତରପ୍ରଦେଶ ଓ ବିହାରକୁ ହିନ୍ଦୀ ଭାଷାଭାଷୀ ରାଜ୍ୟ କୁହାଯାଉଥିଲେ ବି ସେହି ରାଜ୍ୟ ଗୁଡିକର ମୁଖ୍ୟ ଭାଷା ବିଲୋପ ହୋଇଯାଇଛି ବୋଲି ସେ କହିଛନ୍ତି। ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଷ୍ଟାଲିନଙ୍କ ଭାଷା କାର୍ଡ ରାଜ୍ୟ ରାଜନୀତି ଉପରେ ବ୍ୟାପକ ପ୍ରଭାବ ପକାଇବା ଆଶା ରହିଛି। ହିନ୍ଦୀ ଭାଷା ଅନେକ ସଂସ୍କୃତି ଓ ଜାତିକୁ ବି ବିନାଶ କରିଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ହିନ୍ଦୀର ପ୍ରସାର ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନୂଆ ଶିକ୍ଷାନୀତି ଅନୁସାରେ ଅନେକ ରାଜ୍ଯ ସଂସ୍କୃତକୁ ପ୍ରାଧାନ୍ୟ ଦେଉଛନ୍ତି। ନୂଆ ଶିକ୍ଷାନୀତିରେ ଥିବା ତ୍ରିଭାଷା ଫର୍ମୂଲା ଅନୁସାରେ ମାତୃଭାଷା, ଇଂରାଜୀ ଓ ନିଜ ଇଚ୍ଛାନୁସାରେ ଗୋଟିଏ ଭାଷା ପଢିବା ବ୍ୟବସ୍ଥା ରହିଛି। କେବଳ ଆଣ୍ଡାମାନ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ତାମିଲ ପଢାଯାଉନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଆସୁଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ତାମିଲ ଶିକ୍ଷକ ନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ଯଦି ବିଦ୍ୟାଳୟରେ ଅତି କମରେ ୧୫ ପିଲା ତାମିଲ ପଢିବା ଲାଗି ଆଗ୍ରହୀ ତେବେ ସେଠାରେ ତାମିଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

Latest Posts

Don't Miss