spot_img

Latest Posts

ଜାଣନ୍ତୁ ଜଣେ ମହିଳାଙ୍କ ପାଇଁ କେମିତି ୫ହଜାର ଲୋକ ହେଲେ କରୋନା ସଂକ୍ରମିତ ? ଏଇଥିପାଇଁ ଜରୁରୀ ଲକଡାଉନ୍

କରୋନା ଏବେ ସାରାଦୁନିଆରେ ଏକପ୍ରକାର ହା..ହା..କାର ସୃଷ୍ଟି କରିଛି । କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଏବେ ଡରେଇ ରଖିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁ ସଂକ୍ରମଣକୁ ଏକ ଆନ୍ତର୍ଜାତୀୟ ମହାମାରୀ ଘୋଷଣା ମଧ୍ୟ କରିଛନ୍ତି । ଏହି ରୋଗ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ବିପଦଜନକ ରୋଗର ପ୍ରସାରକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି । କିଛି ଲୋକଙ୍କ ଅବହେଳା ହେତୁ ଏହି ରୋଗ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ଯୋଗୁଁ ହଜାର ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି ।

କରୋନା ଭୂତାଣୁ  ଅନୁସନ୍ଧାନ କରୁଥିବା ଦକ୍ଷିଣ କୋରିଆର ବୈଜ୍ଞାନିକମାନେ ଏମିତି ଏକ ତଥ୍ୟ ସାମ୍ନାକୁ ଆଣିଛନ୍ତି କିଭିଳି ଜଣେ ମହିଳାଙ୍କ ଅବହେଳା ହେତୁ ତାଙ୍କ ଦେଶର ହଜାର ହଜାର ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଛନ୍ତି।

ସଂକ୍ରମିତ ମହିଳା ସକାଳେ ପ୍ରାର୍ଥନା କରିବା ପାଇଁ ଦକ୍ଷିଣ କୋରିଆର ସୋଞ୍ଚୋଜି ଚର୍ଚ୍ଚକୁ ଯାଇଥିଲେ। ତା’ପରେ ସେଠାରେ ଥିବା ୧୨୦୦ ଲୋକଙ୍କ ଦେହରେ କରୋନା ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଏହା ପରେ ଫେବ୍ରୁଆରୀ ୬ରେ ଏକ ଛୋଟ ଦୁର୍ଘଟଣା ପରେ ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚିଥିଲେ। ମହିଳା ଜଣଙ୍କ ସାମାନ୍ୟ ଜ୍ୱର ହୋଇଥିବା ବେଳେ ତାଙ୍କୁ ଅଣଦେଖା କରାଯାଇଥିଲା। ଏହା ପରେ ୧୧୯ ଜଣ ସେହି ଡାକ୍ତରଖାନାରୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା ।

ତେବେ ଏହି ସଂକ୍ରମଣ ଏଠରେ ବନ୍ଦ ହୋଇନଥିଲା । ଫେବୃଆରୀ ୧୪ ରେ, ଭାଲେଣ୍ଟାଇନ୍ସ ଦିନ, ଏହି ମହିଳା କ୍ୱିନ୍ ଭେଲ ହୋଟେଲରେ ଖାଇବାକୁ ଯାଇଥିଲେ । ସେଠାରେ ମଧ୍ୟ ବହୁତ ଲୋକ ତାଙ୍କ ସଂଷ୍ପର୍ଶରେ ଆସିଥିଲେ ସେମାନେ ମଧ୍ୟ କରୋନା ସଂକ୍ରମଣର ଶୀକାର ହୋଇଥିଲେ । ଏମିତି ଧିରେ ଧିରେ କେହି ଜାଣିବା ଆଗରୁ ଏହି ଭୂତାଣୁ ସାରା ଦକ୍ଷିଣ କୋରିଆରେ ବ୍ୟାପିଯାଇଥିଲା ।

ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଏହି ମହିଳାଙ୍କ  ପାଇଁ ୫ହଜାର ଲୋକ ସଂକ୍ରମିତ ହୋଇଥିଲେ । ତେବେ ଏହି ରୋଗକୁ ଠିକ୍ ସମୟରେ ମହିଳାଙ୍କଠାରେ ଚିହ୍ନଟ କରାଯାଇପାରିଲା ନାହିଁ, ଯେଉଁଥିପାଇଁ ସେ ସାଧାରଣ ଲୋକଙ୍କ ମଧ୍ୟରେ ବୁଲିଥିଲେ । ଏବେ ଅଜାଣତରେ ସମସ୍ତଙ୍କୁ ଏହି ଭୟଙ୍କର ରୋଗକୁ ବାଣ୍ଟିଥିଲେ । ଯାହା ଫଳରେ ଜଣେ ମହିଳାଙ୍କ ପାଇଁ ଆଜି ୫ହଜାର ଲୋକଙ୍କ ଜୀବନ ସଙ୍କଟରେ । କେବଳ ଏତିକି ନୁହେଁ, ତାଙ୍କ ସଂସ୍ପର୍ଶରେ ଆସି ଅନେକ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି।

ଯେତେବେଳେ ସଂକ୍ରମିତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା, ସେଠାରେ ମଧ୍ୟ କେତେ ଲୋକ ଏହି ସଂକ୍ରମଣର ଶୀକାର ହେଲେ । ଏବଂ ଲୋକଙ୍କର ମୃତ୍ୟୁ ହେଲା। ସିଓଲ ମେଟ୍ରୋପାଲିଟନ ସରକାର ଏହି ମହିଳାଙ୍କ ବିରୋଧରେ ବିନା ଉଦ୍ଦେଷ୍ୟରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହ ଲୋକଙ୍କୁ ଅଧିକରୁ ଅଧିକ ନିଜ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Latest Posts

Don't Miss