ଚୀନ ପରେ ଦକ୍ଷିଣ କୋରିଆରେ ମହାମାରୀର ରୂପ ନେଉଛି କରୋନା ଭାଇରସ୍‌

ଚୀନ ପରେ ଏବେ ଦକ୍ଷିଣ କୋରିଆରେ କରୋନା ଭାଇରସର ଭୟ । ଦକ୍ଷିଣ କୋରିଆରେ ବର୍ତ୍ତମାନ ସୁଦ୍ଧା ୫୫୬ ଜଣ ଭାଇରସରେ ଆକ୍ରାନ୍ତ ହୋଇସାରିଲେଣି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଷ୍ଟ୍ରପତି ମୁନ୍‌ ଯାଏ ଇନ୍‌ ସବୁ ହସ୍ପଟାଲକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ୱାର୍ଡ ଗଠନ କରି ଚିକିତ୍ସା ଆରମ୍ଭ କରିବାକୁ କୁହାଯାଇଛି ।

ଏଥିସହ ଦେଶରେ ଜାରି କରାଯାଇଛି ଆଲର୍ଟ । ସେପଟେ ଇଟାଲୀରେ କରୋନା ଭାଇରସ୍‌ ଯୋଗୁ ୨ ଜଣଙ୍କ ଜୀବନ ଯିବା ପରେ ଭୟରେ ଲୋକ ଅନ୍ୟତ୍ର ଯିବାକୁ ଚେଷ୍ଟା କରୁଛନ୍ତି । ସ୍କୁଲ, କଲେଜ, ଅଫିସ, ଖେଳକୁଦ ଓ ପ୍ରତିଯୋଗିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସରକାରୀ ଅଫିସ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚୀନରେ ୨ ହଜାର ୩୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୬ ହଜାର ୨୮୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଜାପାନରେ ୭୩୯ ଜଣ, ସିଙ୍ଗାଗାପୁରରେ ୮୬ ଓ ଆମେରିକାରେ ୩୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Leave a Reply