ଜାଣନ୍ତୁ ଏହି ଦେଶରେ କାହିଁକି ଖାଆନ୍ତି କୁକୁର ମାଂସ

ନନ୍ଦିଘୋଷ ବ୍ୟୁରୋ: କୁକୁର ମାଂସ ଖାଇବା କଥା ଶୁଣିଲେ ଆମେ ସାଧାରଣତଃ ନାକ ଟେକିଥାଉ । ମାତ୍ର ଏମିତି ଦେଶ ରହିଛି ଯେଉଁଠାରେ ଲୋକମାନେ କୁକୁର ମାଂସ ଖାଇଥାନ୍ତି । ମାତ୍ର ଏଠାରେ କୁକୁର ମାଂସ ବିକ୍ରି କରିବା ନିଷେଧ ଘୋଷଣ କରାଯାଇଛି । କିନ୍ତୁ ଲୋକେ ଖାଇବା ଉପରେ କୌଣସି ପ୍ରତିବନ୍ଧକ ଲାଗିନାହିଁ । ଦକ୍ଷିଣ କୋରିଆରେ ଏଭଳି ନିୟମ ଲାଗୁ ହୋଇଛି । କୁକୁରଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସକୁ ବିକ୍ରି କରିବା ଅପରାଧ ବୋଲି ଘୋଷଣା କରାଯାଇଛି ।

ଉନିବିଂଶ ଶତାଦ୍ଦୀରେ ଦକ୍ଷିଣ କୋରିଆରେ ଗୋମାଂସ ସବୁଠାରୁ ମହଙ୍ଗା ଥିଲା । ବିବାହ ଉତ୍ସବଠାରୁ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକେ ଏହାକୁ ଖାଉଥିଲେ । ଏହାର ମାଦ ଏତେ ରହୁଥିଲା କି, କାଟିବା ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ୁଥିଲା । ଏଣୁ ଲୋକେ ଦ୍ବିତୀୟ ଖାଦ୍ୟ ଭାବେ କୁକୁର ମାଂସ ଖାଇବାକୁ ବାଛିଥିଲେ । ଯଦିଓ ପ୍ରଥମେ କିଛି ସଂପ୍ରଦାୟର ଲୋକେ ଖାଇନଥିଲେ କିନ୍ତୁ ସମୟ କ୍ରମେ ସମସ୍ତ କୁକୁର ମାଂସ ଖାଇବା ଆରମ୍ଭ କରିଥିଲେ । ପରେ କୁକୁର ମାଂସ ଏଠାକାର ସୁସ୍ବାଦୁ ଖାଦ୍ୟରେ ପରିଣତ ହୋଇଥିଲା । ଏଠାକାର ଲୋକେ ବିଶ୍ବାସ କରନ୍ତି କି, କୁକୁର ମାଂସ ସହଜରେ ହଜମ ହୁଏ । ଏହା ଖରାଦିନେ ଅଧିକ ଶକ୍ତି ବଢ଼ାଇଥାଏ ।

ସମୟକ୍ରମେ ଦକ୍ଷିଣ କୋରିଆରେ କୁକୁର ମାଂସ ଖାଇବାର ପରିମାଣ ମଧ୍ୟ କମିବାରେ ଲାଗିଛି । ୨୦୧୫ ମସିହାରେ ୨୭ ପ୍ରତିଶତ ଲୋକେ କୁକୁର ମାଂସ ଖାଉଥିଲେ । ମାତ୍ର ୨୦୨୩ରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣା ପଡ଼ିଛି କି ମାତ୍ର ୭ ପ୍ରତିଶତ ଲୋକେ ଏହି ମାଂସ ଖାଉଛନ୍ତି । ନୂଆ ନିୟମ ଅନୁଯାୟୀ କୁକୁର ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ । ୨୦୨୭ ପୂର୍ବରୁ ଏହି ବ୍ୟବସାୟ ବନ୍ଦ କରାଯିବ ବୋଲି କୁହାଯାଉଛି ।