ପୁଣି କୋଲକାତାରେ ଲଜ୍ଜା : ଲ’ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ପୁଣି କୋଲକାତାରେ ଲଜ୍ଜା । ପ୍ରତିଷ୍ଠିତ କୋଲକାତା ଲ’ କଲେଜରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜୁନ ୨୫ ତାରିଖରେ କଲେଜ ପରିସରେ ଜଣେ ଛାତ୍ରୀକୁ ଗଣ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ, କସବା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର ଏବଂ ୨ଜଣ ବର୍ତ୍ତମାନର ଛାତ୍ର ସାମିଲ ଅଛନ୍ତି ।
ସୂଚନା ଅନୁଯାୟୀ, ୨୫ ଜୁନ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ପୀଡିତା ପୋଲିସକୁ ଦେଇଥବା ବୟାନରେ କହିଛନ୍ତି ଯେ, କଲେଜ କ୍ୟାମ୍ପସ ଭିତରେ ସନ୍ଧ୍ୟା ୭ଟା ୩୦ରୁ ୧୦ଟା ୫୦ ମଧ୍ୟରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି କରିଛି ।