ବାହାନଗା ଟ୍ରେନ୍ ଦୁର୍ଘଟଣା: ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର

ବାହାନଗା ଟ୍ରେନ୍ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଦକ୍ଷିଣ ପୂର୍ବ ରେଲଓ୍ବେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି ।
ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କରି ତଦନ୍ତ କରିଥିଲା ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ତଦନ୍ତ କରୁଥିଲେ । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା ।
ଗତ ଜୁନ୍ ୨ ତାରିଖରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ । ସିବିଆଇ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାର ତଦନ୍ତ କରୁଛି ।