ବନ୍ଧା ହେଲେ ନିଲମ୍ବିତ କନେଷ୍ଟବଳ, ସାଉଥ ସିଟି ବାର୍ ମ୍ୟାନେଜର ଓ ମାଲିକ ଗିରଫ

South City Bar Link Police Arrested Constable Prasanna Behera Ant Two others

ଭୁବନେଶ୍ୱର: ହାଇ ପ୍ରୋଫାଇଲ୍ ମନୀଷ ଅନୁରାଗ ହତ୍ୟା ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ ସାଉଥ ସିଟି ବାର୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଗିରଫ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗିରଫ କରାଯାଇଛି ।

South City Bar Link Police Arrested Constable Prasanna Behera Ant Two others

ସାଉଥ ସିଟି ବାର ମ୍ୟାନେଜରଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାକୁ ଗିରଫ କରିଛି ପୋଲିସ । ପ୍ରସନ୍ନ ବେହେରାଙ୍କ ନାମରେ ଆଇପିସି ଦଫା ୧୨୦ (ବି), ୨୬୯, ୨୭୦, ୫୨ ଅବକାରୀ ଆଇନ୍ ୩, ୫, ୯୬ରେ ମାମଲା ରୁଜୁ କରିଛି ତମାଣ୍ଡୋ ଥାନା ପୋଲିସ ।

କମିଶନରେଟ୍ ପୋଲିସ ଗତକାଲି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରିଥିଲା । ଗତକାଲି ହୋଟେଲ ସାଉଥ ସିଟିରେ ରେଡ୍ କରିଥିଲା ପୋଲିସ । ସେଠାରୁ ବିପୁଳ ମଦ ଜବତ କରା ଯାଇଥିଲା । କନେଷ୍ଟବଳ ପ୍ରସନ୍ନ ବେହେରା ସାଉଥ ସିଟି ବାରକୁ ଲିଜରେ ନେଇ ଚଳାଉଥିବା ଅଭିଯୋଗ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଥିବାବେଳେ ନିର୍ଭୟରେ ଖୋଲୁଥିଲା ସାଉଥ ସିଟି । ନିଶା ସହ ଜମୁଥିଲା ନାଚଗୀତ । ଏ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।

ମନୀଷ ହତ୍ୟା ଦିନ ରାତିରେ ତିନିସାଙ୍ଗ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟ ସାଉଥ ସିଟି ବାରରେ ମଦ ପିଇବା ପରେ ବିଲକୁ ନେଇ ଝଗଡ଼ା କରିଥିଲେ । ଏହାପରେ ହୋଟେଲ ବାହାରେ ମାରପିଟ୍ ପରେ ମନୀଷଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ବାର୍ ବିଳମ୍ବିତ ରାତି ଯାଏଁ ଖୋଲା ରହୁଛି ।

Leave a Reply