ଆଫଗାନ ରାଷ୍ଟ୍ରଦୂତଙ୍କ ଝିଅଙ୍କୁ ଅପହରଣ, ଅପହରଣ ପରେ ଭୀଷଣ ନିର୍ଯାତନା

କାବୁଲ: ଆଫଗାନିସ୍ତାନରେ ଅସ୍ଥିରତା ଜାରି ରହିଥିବାବେଳେ ପାକିସ୍ତାନସ୍ଥିତ ଆଫଗାନ ରାଷ୍ଟ୍ରଦୂତ ନାଜିବୁଲ୍ଲା ଅଲିଖିଲଙ୍କ କନ୍ୟାଙ୍କୁ କରାଯାଇଛି ଅପହରଣ । ଇସଲାମାବାଦରେ ଅଲିଖିଲଙ୍କ ୨୭ ବର୍ଷ ବୟସ୍କା କନ୍ୟା ସିଲସିଲା ଅଲିଖିଲଙ୍କୁ ଅପହରଣ ପରେ ଭୀଷଣ ନିର୍ଯାତନା ଦିଆଯାଇଛି । ନିର୍ଯାତନାର କିଛି ଘଣ୍ଟା ପରେ ତାଙ୍କୁ ମୁକ୍ତ କରାଯାଇଛି । ଏହି ଘଟଣା ଆନ୍ତର୍ଜାତିକ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣାକୁ ନେଇ ଆଫଗାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାକିସ୍ତାନରେ ରାଷ୍ଟ୍ରଦୂତଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ଆଫଗାନିସ୍ତାନ । ଏହା ସହ ବିଭିନ୍ନ ଅଫିସର କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଆଫଗାନିସ୍ତାନ ଦାବି କରିଛି । ସିଲସିଲାଙ୍କୁ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଛି ।

Leave a Reply