spot_img

Latest Posts

ଯୋଡହସ୍ତରେ ଦ.ଆଫ୍ରିକୀୟ ଖେଳାଳୀଙ୍କ ଭାରତକୁ ନିବେଦନ, ‘ଆମ ଦେଶକୁ ଖେଳିବାକୁ ଆସ’

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଏଣ୍ଟ “ଓମିକ୍ରମ”କୁ ନେଇ ଚିନ୍ତାରେ ପୂରା ବିଶ୍ବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହି ନୂଆ ଭାରିଏଣ୍ଟକୁ ନେଇ ଉଦବେଗ ପ୍ରକାଶ କରିଛି । ଏହି ନୂଆ ଭାରିଏଣ୍ଟ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ଅଧିକ ସଂକ୍ରମଣ ହେଉଛି । ତେବେ ଏହି ନୂଆ ଭାଇରସକୁ ଦୃଷ୍ଟିରେ ରଖି ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ସିରିଜ ଉପରେ ସଙ୍କଟ ଦେଖା ଦେଇଛି । ଭାରତ ଏହି ଦକ୍ଷିଣ ଆଫ୍ରିକା ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହିଁ ।

ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଫରହାନ ବେହରଦୀନ ହାତ ଯୋଡି ଭାରତୀୟ ଟିମକୁ କହିଛନ୍ତି ଭାରତୀୟ ଟିମ୍ ତାଙ୍କ ଦେଶକୁ ସିରିଜ ଖେଳିବା ପାଇଁ ଆସନ୍ତୁ । ବେହରଦୀନ ଟୁଇଟ କରି ଲେଖିଛନ୍ତି କି “ମୁଁ ଭାବୁଛି କି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ନେସନ ଆସନ୍ତା ମାସରେ ଆମ ଦେଶକୁ ଆସିବ! ଦକ୍ଷିଣ ଆଫ୍ରିକାର ଭବିଷ୍ୟତ ଖେଳାଳିଙ୍କ ପାଇଁ ଏହି ସିରିଜ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି ବେହରଦୀନ ।

ଆସନ୍ତା ଡିସେମ୍ବର ୮-୯ ତାରିଖ ମଧ୍ୟରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସିରିଜର ପ୍ରଥମ ମ୍ୟାଚ ଡିସେମ୍ବର ୧୭ରେ ଜୋହନସବର୍ଗରେ ପ୍ରଥମ ଟେଷ୍ଟ ଖେଳିବ । ଏହି ସିରିଜରରେ ଭାରତ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ଚାରୋଟି ଟି-୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ଦକ୍ଷିଣ ଆଫ୍ରିକା କରୋନାର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ସେଠାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏହାକୁ ଲକ୍ଷ କରି ଭାରତ ଦକ୍ଷିଣ ଆଫ୍ରିକା ସିରିଜକୁ ସ୍ଥଗିତ ରଖିପାରେ ବୋଲି ଆଶା କରାଯାଉଛି ।

Latest Posts

Don't Miss