spot_img

Latest Posts

ଭାରତରେ କରୋନା ଭୂତାଣୁର ନୂଆ ରୂପ: ଟିକା ନେଇଥିଲେ ବି ସଂକ୍ରମଣ ଭୟ

ଭୁବନେଶ୍ବର: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଭୟ ପୁଣିଥରେ ବଢ଼ିଛି। ଏ ସଂକ୍ରମଣ ଯଦି ବଢ଼େ ତେବେ ତାହା ପୂର୍ବଠାରୁ ଅଧିକ ଭୟଙ୍କର ହେବ ବୋଲି ଆଶଙ୍କା ହେଉଛି । କାରଣ ଏହି ରୂପ ବଦଳାଇଥିବା କରୋନା ଭୁତାଣୁ, ଉପଲବ୍ଧ ଟିକାକୁ ବି ମାତ୍ ଦେଇପାରେ। ଏଣୁ ମୁହଁରେ ମାସ୍କ ଓ ସାମାଜିକ ଦୂରତାକୁ ନିରନ୍ତର ରଖିବା ଲାଗି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି।

ଭାରତରେ ଦେଖାଦେଇଥିବା ଏହି ନୂଆ କୋରାନା ଭୂତାଣୁ ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାରେ ନୂଆକରି ସଂକ୍ରମଣ କରାଉଥିବା ଭୂତାଣୁର ଏକ ରୂପ । ଏହି ଭୂତାଣୁ ଖୁବ୍ ସଂକ୍ରମଣଶୀଳ। ଏଣୁ ଯଦି ଭାରତରେ ଏହା କାୟା ବିସ୍ତାର କରେ ତେବେ ଖୁବ୍ ଶୀଘ୍ର ଏହା ସାରା ଦେଶକୁ କବଳିତ କରିପାରେ। ଦେଶରେ ଯେଉଁ ପ୍ରକାରେ ଅନଲକ୍ ପ୍ରକ୍ରିୟା ଚାଲିଛି ତାହା ଏପରି ସଂକ୍ରମଣ ପାଇଁ ବାଟ ଫିଟାଇପାରେ ବୋଲି ଆଶଙ୍କା କରାଯାଉଛି।

ଜାନୁୟାରୀ ଆରମ୍ଭରୁ ଦେଶରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଦେଶରେ ପ୍ରାୟ ସବୁ କାରବାର ପୂରା ଦମରେ ଚାଲିଛି। ଅର୍ଥନୀତିକ କ୍ଷେତ୍ରରେ ସୁଧାର ଆଣିବାକୁ ଏହା ଅପରିହାର୍ଯ୍ୟ ବୋଲି କୁହାଯାଉଥିଲେ ମଧ୍ୟ ଦେଶ ଏବେ ବି ସଂକ୍ରମଣକୁ ରୋକିବାକୁ ସମର୍ଥ ହୋଇ ନାହିଁ। ଏଯାଏ ଦେଶରେ ସାଧାରଣ ଜନତାଙ୍କୁ ଟିକାକରଣ କରିବା ସମ୍ଭବପର ହୋଇପାରି ନାହିଁ। ଏହାର ମୂଳ କାରଣ ହେଉଛି ଟିକାର କ୍ଷୀଣ ଉପଲବ୍ଧତା। ଯଦିଓ ଏହି ଟିକା ନୂଆ ରୂପର ଏହି କରୋନା ଭୁତାଣୁକୁ ହରାଇବାରେ ବିଫଳ ହେଉଛି କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏହା ରୋଗୀ ଶରୀରରେ ଅନ୍ୟ ରୋଗ ସଂକ୍ରମଣକୁ ରୋକିପାରିବ। ଏଣୁ ତୁରନ୍ତ କରୋନା ଟିକାକରଣ ଅଭିଯାନକୁ ଜୋରଦାର କରିବାକୁ ଦାବି ହୋଇଛି ।

Latest Posts

Don't Miss