କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି

1 min read

କୋଲକତା: ଅସୁସ୍ଥ ହୋଇପଡ଼ିଛନ୍ତି ସୌରଭ ଗାଙ୍ଗୁଲି । ହୃଦଘାତ କାରଣରୁ ତାଙ୍କୁ ହସ୍ପଟିଲାରେ ଭର୍ତ୍ତି କରାଯାଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କୁ ଘରୋଇ ହସ୍ପିଟାଲରେ ରଖାଯାଇଛି । ଘରେ ଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ସୌରଭ । 

ସୂଚନା ଅନୁସାରେ, ଶନିବାର ସକାଳେ ସେ ଜିମ୍ କରୁଥିବା ସମୟରେ ତାଙ୍କ ପିଠି ଓ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ । ଏ ସମ୍ପର୍କରେ ସୌରଭ ତାଙ୍କ ପତ୍ନି ଡୋନା ଗାଙ୍ଗୁଲି କହିଥିଲେ । ଏହା ଡୋନା ଗାଙ୍ଗୁଲି ଉଡଲ୍ୟାଣ୍ଡ ହସ୍ପିଟାଲକୁ ଫୋନ କରି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ୬ ଜଣିଆ ଡାକ୍ତର ଟିମ୍ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । ବିସିସିଆଇ ସଭାପତି ଅଛନ୍ତି ସୌରଭ ଗାଙ୍ଗୁଲି । ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିଲେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗାଙ୍ଗୁଲିଙ୍କୁ ଆଶୁୁ ଆରୋଗ୍ୟ କାମନା କରି ଟ୍ୱିଟ କରିଛନ୍ତି । 

Leave a Reply