କରୋନାରୁ ସୁସ୍ଥ ହେଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
1 min readକୋଲକାତା: ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି । ଗତ ସୋମବାର ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଫଳରେ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତିନି ଜଣିଆ ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରିଥିଲେ । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । କିନ୍ତୁ ଏହି ରିପୋର୍ଟରେ ଓମିକ୍ରନ ନେଗେଟିଭ୍ ଆସିଥିଲା । ୪୯ ବର୍ଷିୟ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ଭର୍ତ୍ତି ହେବା ପରେ ତୁରନ୍ତ ତାଙ୍କୁ ଆଣ୍ଟିବଡି କକଟେଲ ଥେରାପି ଦିଆଯାଇଥିଲା । ସୋମବାର ହସ୍ପିଟାଲରେ ଭର୍ତ୍ତି ହେବା ପରେ ଉଡଲାଣ୍ଡ ହସ୍ପିଟାଲ ପକ୍ଷରୁ ପ୍ରତିଦିନ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟକୁ ନେଇ ସ୍ୱତନ୍ତ୍ର ବୁଲେଟିନ ଜାରି କରାଯାଇଥିଲା ।
West Bengal | BCCI Chief Sourav Ganguly discharged from Woodlands Multispeciality Hospital, Kolkata after recovering from COVID19 pic.twitter.com/5h0wUtk4sy
— ANI (@ANI) December 31, 2021
ବର୍ଷ ୨୦୨୧ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ବର୍ଷ ଥିଲା । ଏହା ପୂର୍ବରୁ ଏହି ବର୍ଷ ଆରମ୍ଭରେ ସୌରଭ ଗାଙ୍ଗୁଲି ହସ୍ପିଟାଲରେ ଆଡମିଟ ହୋଇଥିଲେ । ୨୦୨୧ ଜାନୁଆରୀରେ ଗାଙ୍ଗୁଲିଙ୍କ ହାର୍ଟ ସମସ୍ୟା ପାଇଁ ତାଙ୍କୁ ଏଞ୍ଜିଓପ୍ଲାଷ୍ଟି କରିବାକୁ ପଡ଼ିଥିଲା । ଏଥି ପାଇଁ କିଛି ଦିନ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ଘରେ କିଛି ଦିନ ଆଇସୋଲେସନରେ ରହିବେ ।