ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଙ୍ଘାତିକ ସତ, ଜଣା ପଡ଼ିଲା କେତେ ନୃଂଶସ ହୋଇଥିଲେ ସ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ମେରଟର ହତ୍ୟା ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ଏବଂ ଡ୍ରମରେ ରଖିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ ସୌରଭ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବାବେଳେ ଏଥିରୁ ଜଣା ପଡ଼ିଛି କି, କିଭଳି ଭାବେ ନୃଂଶସ ହୋଇଥିଲେ ସ୍ତ୍ରୀ ମୁସକାନ ଏବଂ ତାଙ୍କ ପ୍ରେମିକ । ସେମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଶରୀରକୁ ଖଣ୍ଡ ଖଣ୍ଡ କରିଥିବାବେଳେ ମୁଣ୍ଡରୁ ଗଣ୍ଡରୁ ଅଲଗା କରିଥିଲେ । ଆଉ ଛଟପଟ ହୋଇ କଷ୍ଟ ପାଇଥିଲେ ସୌରଭ । ଏମିତି କିଛି କଷ୍ଟ ଦାୟକ ଖବର ସାମ୍ନାକୁ ଆସିଛି ।
ପୋଷ୍ଟମର୍ଟମ ରିପୋର୍ଟରେ ରହିଛି କି, ବେକ ପାଖରେ ଗଭୀର କ୍ଷତ ହୋଇଛି । ଉଭୟ କାନ ପାଖରେ ମଧ୍ୟ କଟା ଯାଇଛି । ଛାତିରେ ମଧ୍ୟ ଗଭୀର କ୍ଷତ ରହିଥିବାବେଳେ ମୁଣ୍ଡରୁ ଗଣ୍ଡିକୁ ସମ୍ପୂର୍ଣ୍ଣ ଭାବେ ଅଲଗା କରାଯାଇଥିଲା । ତେବେ ଏହି ଦୁଃଖଦ ଏବଂ ହୃଦୟ ବିଦାରକ ଖବର ଯିଏବି ଶୁଣୁଛି ସେ ଏହାକୁ ନିନ୍ଦା କରୁଛି ।
ତେବେ କହି ରଖୁଛୁ କି, ସୌରଭଙ୍କ ପତ୍ନୀ ମୁସକାନ ଏବଂ ତାଙ୍କ ପ୍ରେମିକ ସାହିଲ ମିଶି ଅତି ନୃଂଶସ ଭାବେ ହତ୍ୟା କରିଥିଲେ । ନିଶାରେ ଉଭୟ ସବୁବେଳେ ଚୁର ରହୁଥିଲେ । ଛାଡ଼ପତ୍ର ଦେବାକୁ ମନା କରିବାରୁ ସେମାନେ ହତ୍ୟା କରିଥିବା କହିଛନ୍ତି । ସୌରଭ ମନା କରିବାରୁ ତାଙ୍କୁ ମାରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କାଟି ଡ୍ରମରେ ରଖି ସିମେଣ୍ଟ ଦେଇ ପ୍ୟାକ୍ କରି ଦେଇଥିଲେ । ତେବେ ତାଙ୍କ ଝିଅ ଏହାକୁ ଦେଖିଥିଲେ । କୁନି ଝିଅଟି ପରେ ଏସମ୍ପର୍କରେ କହିଥିବାବେଳେ ପଡ଼ୋଶୀ ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇ ଅନେକ ତଥ୍ୟ ସାମ୍ନାକୁ ଆଣିଛି ।