ସୌରଭ ଗାଙ୍ଗୁଲୀଙ୍କ ଭବିଷ୍ୟବାଣୀ! ଏହି ଖେଳାଳି ହେବେ ଟେଷ୍ଟର ମହାନ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ଟେଷ୍ଟ କ୍ରିକେଟରେ ଶ୍ରେଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଯେଉଁଥିରେ ସେ ବିରାଟ କିମ୍ବା ଜୋ ରୁଟଙ୍କୁ ସ୍ଥାନ ଦେଇନାହାନ୍ତି । ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଆଇସିସି ରାଙ୍କିଂରେ ଆଗରେ ରହିଛନ୍ତି ଜୋ ରୁଟ୍ । ଟେଷ୍ଟ କ୍ରିକେଟରେ ସେ ସର୍ବାଧିକ ସ୍କୋର କରିବେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦିଅନ୍ତି । କିନ୍ତୁ ଗାଙ୍ଗୁ ଟେଷ୍ଟ କ୍ରିକେଟର ସର୍ବଶ୍ରେଷ୍ଠ ଖେଳାଳିଭାବେ ଋଷଭ ପନ୍ଥଙ୍କୁ ବାଛିଛନ୍ତି । ସେ କହିଛନ୍ତି କି, ଟେଷ୍ଟ କ୍ରିକେଟରେ ପନ୍ଥ ଭଲ ପ୍ରଦର୍ଶନ କରିବେ । ସେ ପରବର୍ତ୍ତୀ ସମୟରେ ଶ୍ରେଷ୍ଠ ଖେଳାଳି ହେବେ । ଯଦି ତାଙ୍କୁ ଲଗାତାର ସୁଯୋଗ ମିଳେ ତାହେଲେ ଟେଷ୍ଟ କ୍ରିକେଟରେ ଉଚ୍ଚକୋଟିର ପ୍ରଦର୍ଶନ କରିବେ । ସେପଟେ ମହମ୍ମଦ ସାମିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ କହିଛନ୍ତି କି, ସେ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଯିବାକୁ ପଡ଼ିବ । ଦଳ ପାଇଁ ତାଙ୍କର ବୋଲିଂ ଆବଶ୍ୟକତା ରହିଛି ।