କ୍ୟାପିଟାଲ୍ ହସ୍ପିଟାଲରେ ମଧୁର ଗୁଞ୍ଜନ; ସାଉଣ୍ଡ ସିଷ୍ଟମରୁ ଝରୁଛି ନବେ ଦଶକର ଗୀତ…

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏକ ଅଭିନବ ପ୍ରଚେଷ୍ଟା କରାଯାଇଛି । ହସ୍ପିଟାଲର ବିଭିନ୍ନ ବିଭାଗ ପରିସରରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଉଣ୍ଡ ସିଷ୍ଟମ ଲଗାଯାଇଛି । ପୁରା ଡାକ୍ତରଖାନାରେ ପାଖାପାଖି ୩୦ଟି ସାଉଣ୍ଟ ସିଷ୍ଟମ ଇନଷ୍ଟଲ କରାଯାଇଛି । କର୍ତ୍ତୃପକ୍ଷଙ୍କ କହିବା କଥା, ପୂରୁଣା ସଙ୍ଗୀତ ଓ ମଧୁର ଧ୍ୱନୀ ମାଧ୍ୟମରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଚାପ ମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସେହିଭଳି ସାଉଣ୍ଡ ସିଷ୍ଟମ କେବଳ ଗୀତର ଏକ ମାଧ୍ୟମ ହୋଇ ମଧ୍ୟ ରହିବନି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ଅନେକ ଯୋଜନା ରହିଛି, ଯାହା ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ସଠିକ ସୂଚନା ନାହିଁ । ଏଣୁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେବାରେ ମଧ୍ୟ ଏହି ସାଉଣ୍ଡ ସିଷ୍ଟମ କାମ କରିବ । ତେବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ କହିଛନ୍ତି, ସକାଳୁ ସକାଳି ମଧୁର ସଙ୍ଗୀତ ମନରେ ଏକ ଆଶା ସଞ୍ଚାର କରୁଛି । ମାନସିକ ସ୍ତରରେ ଯେଉଁ ସହଯୋଗ ଆବଶ୍ୟକ ହୋଇଥାଏ, ତାହା ସଙ୍ଗୀତ ଯୋଗାଉଛି । ପରିବେଶରେ ସକାରାତ୍କତା ଅନୁଭବ ହେଉଛି, ଯାହା ଭଲ ଲାଗୁଛି ।

Leave a Reply