ଟନେଲ୍ ଭିତରୁ ଶୁଭିଲା ଫସିଥିବା ଓଡ଼ିଆ ଶ୍ରମିକ ମହାଦେବଙ୍କ ସ୍ବର, କହିଲେ ମୁଁ ଭଲ ଅଛି

ଉତ୍ତରକାଶୀ: ଟନେଲ୍ ଭିତରୁ ଶୁଭିଲା ସ୍ବର, ଆଶ୍ବସ୍ତ ହେଲେ ପରିବାର। ନିଜେ ଭଲ ଥିବା କହିଛନ୍ତି ଓଡ଼ିଶାର ମହାଦେବ। ଗତ ୫ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀର ଟନେଲ୍ ଭିତରେ ଫସି ରହିଛନ୍ତି ମହାଦେବ। ଓ୍ବାକିଟକିରେ ମାମୁଙ୍କ ସହ ମହାଦେବଙ୍କ ବାର୍ତ୍ତାଳାପ  ଅଡିଓ ସାମନାକୁ ଆସିଛି। ଏଥିରେ ମହାଦେବ ଭଲ ଥିବା କହିଛନ୍ତି । ପରିବାର ଲୋକଙ୍କୁ ନିଜେ ଭଲ ଥିବା କହିବାକୁ ମହାଦେବଙ୍କୁ କହୁଛନ୍ତି ମାମୁ । ଆଉ ଟନେଲ୍ ଭିତରୁ ମହାଦେବଙ୍କ ସ୍ବର ଶୁଣି ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଚାଲିଛି ଓ ମହାଦେବ ଖୁବ୍ ଶୀଘ୍ର ସୁରକ୍ଷିତ ଉଦ୍ଧାର ହେବେ ବୋଲି ବିଶ୍ବାସ ରଖିଛନ୍ତି । ୨୨ବର୍ଷୀୟ ମହାଦେବ ମାମୁଙ୍କ ସହ ଟନେଲ ନିର୍ମାଣ ସାଇଟରେ କାମ କରୁଥିଲେ। ମହାଦେବ ଭିତରେ ଫସି ରହିଥିବା ବେଳେ ତାଙ୍କ ମାମୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟନେଲ ଭିତରେ ୭ରାଜ୍ୟର ୪୦ଜଣ ଶ୍ରମିକ ଫସି ରହିଛନ୍ତି । ଘଟଣାକୁ ଶହେ ଘଣ୍ଟା ବିତିଥିବା ବେଳେ ରେସକ୍ୟୁ ଅପରେସନ୍ ଜୋରଦାର କରାଯାଇଛି ।