ଓଡ଼ିଶା ରିପୋର୍ଟରକୁ ସୌମ୍ୟଙ୍କ ପ୍ରଶ୍ନ : ‘ଯେଉଁମାନେ ବର୍ତ୍ତମାନ କହୁଛନ୍ତି ସେମାନେ କିଛି ବର୍ଷ ତଳେ କ’ଣ ଥିଲେ’

1 min read

ଭୁବନେଶ୍ୱର: ଓଡିଶା ରିପୋର୍ଟରର ଉଦ୍ଦେଶ୍ୟ ମୂଳକ ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଓଡ଼ିଶା ରିପୋର୍ଟରର ବିଭ୍ରାନ୍ତିକର ଖବର ଉପରେ ନିଜ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଯେଉଁମାନେ ଏବେ ଫେକ୍ ନ୍ୟୁଜ୍ କଥା କହୁଛନ୍ତି ଓ ସରକାରୀ ପ୍ରଭାବ କଥା କହୁଛନ୍ତି ସେମାନେ ପ୍ରଥମେ ନିଜେ ନିଜକୁ ପ୍ରଶ୍ନ  ପଚାରନ୍ତୁ, ଅନ୍ୟ କାହାକୁ ସାଟିଫିକେଟ ମାଗନ୍ତୁ ନାହିଁ l ନିଜେ ସରକାରଙ୍କର ଦୋଷ ଦୁର୍ବଳତା ଦେଖାଇପାରୁଛ କି ନାହିଁ l ଯେଉଁମାନେ ବର୍ତ୍ତମାନ କହୁଛନ୍ତି ସେମାନେ କିଛି ବର୍ଷ ତଳେ କଣ ଥିଲେ, କଣ ନଥିଲେ ସେ କଥା ନିଜେ ନିଜକୁ ପ୍ରଶ୍ନ କରିବାର ଅଛି ।

ସେ ଆହୁରି ମଧ୍ୟ  କହିଛନ୍ତି ଯେ, କେଉଁଠି ଲେଖା ଯାଇଛି ଗଣମାଧ୍ୟମ ସଂସ୍ଥାର ମାଲିକ ବିଧାନସଭା ଯିବେ ନାହିଁ । ସେମାନେ ଦିନେ ସରକାରଙ୍କ ପ୍ରତିନିଧି ଥିଲେ, ସେତେବେଳେ ସବୁ ଠିକ ଥିଲା  । ଏହି କେତେ ଦିନ ହେବ ଅସୁବିଧା ହୋଇଗଲା ।  ସବୁ ଭୁଲ ହୋଇଗଲା  । ମୋ ପାଠକ ମୋର ସାର୍ଟିଫିକେଟ  । ଆଉ କେହି ନୁହେଁ  ।ସରକାରୀ ଵିଜ୍ଞାପନରେ ଗଣମାଧ୍ୟମ ସଂସ୍ଥା ଚାଲେ ନାହିଁ ବୋଲି କଡ଼ା ଜବାବ ରଖିଛନ୍ତି ସୌମ୍ୟ। ରାଜ୍ୟ ସରକାରଙ୍କ କବ୍‌ଜାରେ ଅଧିକାଂଶ ଗଣମାଧ୍ୟମ ବୋଲି ଓଟିଭିର ୱେବପୋର୍ଟାଲ ଓଡିଶା ରିପୋର୍ଟର ଏକ ରିପୋର୍ଟ ପ୍ରକାଶ କରିଥିଲା  । ଏଥିରେ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାକୁ ଓଡ଼ିଶା ରିପୋର୍ଟର ଟାର୍ଗେଟ କରିଛି  । ଯାହାକୁ ନେଇ ଗଣମାଧ୍ୟମ ମାଲିକ ନିନ୍ଦା କରିବା ସହିତ କଡ଼ା ଜବାବ ରଖୁଛନ୍ତି  ।  

 

Leave a Reply