spot_img

Latest Posts

କେବେ ଛାଡ଼ିବେ ପୁରୁଣା ଅଭ୍ୟାସ?

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପାଇଁ ଦଳ ବିରୋଧୀ କାମ ନୂଆ ନୁହେଁ। ବିଭିନ୍ନ ରାଜନୈତିକ ଦଳକୁ ଡ଼ିଆଁ ମାରିବାର ଅଘୋଷିତ ରେକର୍ଡ କରିଛନ୍ତି ସୌମ୍ୟ ବାବୁ। ହେଲେ ସବୁ ଦଳରେ ତାଙ୍କର ସେଇ ଗୋଟାଏ ରୋଗ । ଯେଉଁ ଦଳକୁ ଯିବେ, ତା ବିରୋଧରେ କହି ବଦନାମ କରିବାର ଅପଚେଷ୍ଟା କରିବେ। ସେଥିରେ ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ସଂସ୍ଥାକୁ ସେ ବ୍ଲାକମେଲିଂର ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସୌମ୍ୟଙ୍କ ଏପରି ଆଚରଣ ଯୋଗୁ ଅନ୍ୟ ରାଜନୈତିକ ଦଳ ବି ସୌମ୍ୟଙ୍କ ଏଣ୍ଟ୍ରିକୁ ନେଇ ଟେନସନରେ ପଡ଼ିଲେଣି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦଳ ଡିଆଁ ରୋଗ ବହୁ ପୁରୁଣା। ବିଭିନ୍ନ ଆଡୁ ଲବି କରି ଆଗ ଗୋଟାଏ ଦଳକୁ ଧସେଇ ପଶନ୍ତି। ସେଠି ଗୁରୁତ୍ବପୂର୍ଣ୍ଣ ପଦପଦବୀ ପାଇବା ପରେ ଭାରାକ୍ରାନ୍ତ ହୋଇପଡ଼ନ୍ତି ସୌମ୍ୟ ବାବୁ। ଯେଉଁ ଦଳ ତାଙ୍କୁ କୋଳାଏ, ସେହି ଦଳ ବିରୋଧରେ ବିଷ ଉଗାରନ୍ତି। ଏଥିପାଇଁ ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଅପବ୍ୟବହାର କରିବାକୁ ବି ପଛାନ୍ତି ନାହିଁ ସୌମ୍ୟ। ଦଳ ପରେ ଦଳ ବଦଳିଛି, ହେଲେ ବଦଳିନି ସୌମ୍ୟଙ୍କ ଏହି ରୋଗ। ପୂର୍ବରୁ ଲୋକେ ସୌମ୍ୟ ବାବୁଙ୍କ ବ୍ୟାକଗ୍ରାଉଣ୍ଡ ଦେଖି କିଛି ମାତ୍ରାରେ ତାଙ୍କୁ ଗ୍ରହଣ କରୁଥିଲେ। ହେଲେ ଏବେ ଅଭ୍ୟାସଗତ ବ୍ଲାକମେଲର ପାଲଟିଥିବା ସୌମ୍ୟଙ୍କୁ ଖଣ୍ଡପଡ଼ା ସମେତ ରାଜ୍ୟବାସୀ ବି ପ୍ରତ୍ୟାଖ୍ୟାନ କଲେଣି।

କିଛି ଦିନ ତଳେ ବିରୋଧୀ ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଙ୍କୁ ସମର୍ଥନ କରୁଥିଲେ । ହେଲେ ଏବେ ସେମାନେ ବି ସୌମ୍ୟଙ୍କୁ ନେଇ ଦ୍ବନ୍ଦ୍ବରେ ପଡ଼ିଲେଣି। କଂଗ୍ରେସରେ ଥିବା ସମୟରେ ଦଳକୁ ବିରୋଧ କରି ନିଜ ଗଣମାଧ୍ୟମରେ ଏଣୁତେଣୁ ଗାଳି କରିଥିଲେ ସୌମ୍ୟ। ତାପୂର୍ବରୁ ବିଜେପିରେ ଥାଇ ବି ନିଜ ଖବରକାଗଜରେ ଦଳକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ। ଆଉ କ୍ଷମତା ପାଇବାକୁ ଏତେ ବ୍ୟାକୁଳ ହୋଇ ପଡ଼ିଲେ ଯେ, ନିଜ ହାତରେ ଗଢିଥିବା ଆମ ଓଡ଼ିଶା ନାମକ ରାଜନୈତିକ ଦଳକୁ ବିଲୟ କରି ବିଜେଡିରେ ମିଶିଗଲେ। ବିଜେଡିରୁ ସାଂସଦ ଓ ବିଧାୟକ ହେବା ପରେ ପୁଣି ବାହାରିଛି ସୌମ୍ୟଙ୍କ ପୁରୁଣା ରୋଗ।

ଏବେ କଂଗ୍ରେସ ନେତା ବି ଭାବିଲେଣି ସୌମ୍ୟ ଫେରିବେ। ହେଲେ ଫେରିଲେ, ଚିରାଚରିତ ଭାବେ ବିରୋଧାଚରଣ କରିବେ। ସେଥିପାଇଁ ସୌମ୍ୟଙ୍କୁ ସ୍ବାଗତ କରିବାକୁ ଯେଉଁଠି ଗୋଟାଏ ଦୁଆର ଖୋଲା ରଖିଛି କଂଗ୍ରେସ, ତାଙ୍କୁ ତଡ଼ିବାକୁ ବି ଆଉ ଗୋଟାଏ ଦୁଆର ଖୋଲି ସାରିଲାଣି ଦଳ।

ସୌମ୍ୟଙ୍କ ମିଛ ବାରମ୍ବାର ଧରା ପଡୁଛି। 5Tସଚିବଙ୍କୁ ନେଇ ଯେଉଁ ମିଛ କଥା ନିଜ ଖବରକାଗଜ ଆଲେଖ୍ୟରେ ଲେଖିଥିଲେ, ତାକୁ ପ୍ରମାଣ କରି ପାରିଲେ ନାହିଁ। ପଶ୍ଚାତାପ ତ ଦୂରର କଥା, ନିଜ ଭୁଲ ମାନିବାକୁ ବି ସୌମ୍ୟ ନାରାଜ। କିଏ ତାଙ୍କୁ ଅଭ୍ୟାସଗତ ମିଛୁଆ ତ କିଏ ବ୍ଲାକମେଲର କହିଲା। ହେଲେ ସୁଧୁରୁ ନାହାନ୍ତି ସୌମ୍ୟ। ଏଣିକି ତାଙ୍କର ଏପରି ଆଭିମୁଖ୍ୟକୁ କେହି ଗ୍ରହଣ କରିବା ମୁଡରେ ନାହାନ୍ତି।

ସ୍ବାର୍ଥ ହାସଲ ପାଇଁ ଗୋଡ଼ ତଳେ ପଡ଼ିବା ଓ ସ୍ବାର୍ଥ ହାସଲ ହେବା ପରେ ଗୋଇଠା ମାରିବା। ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି କଳାରେ ଡିଗ୍ରୀ ହାସଲ କରିଥିବା ମନେ ହେଉଛି। ଏପରି ସ୍ଥିତିରେ ନିଜ ଦୋଷ ଉପରେ ପରଦା ପକାଇବାକୁ ଯାଇ ସୌମ୍ୟ ନିଜକୁ ସାମ୍ବାଦିକର ଛାଲରେ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି, ହେଲେ ତାଙ୍କର ଅସଲ ଚେହେରା ରାଜ୍ୟବାସୀଙ୍କ ଆଗରେ ଖୋଲି ଗଲାଣି।

Latest Posts

Don't Miss