spot_img

Latest Posts

ଖଣ୍ଡଗିରି କୁନି ସାରଥିଙ୍କ ପାଦ ତଳେ ତୁଳସୀ ରଖିବା ଘଟଣା,  ହାତ ଯୋଡ଼ି ଭୁଲ ମାଗିଲେ ବୈକୁଣ୍ଠ ଆଶ୍ରମ ମୁଖ୍ୟ ଟ୍ରଷ୍ଟି

ନନ୍ଦିଘୋଷ ବ୍ୟୁରୋ: ଖଣ୍ଡଗିରି କୁନି ସାରଥି ପାଦରେ ପବିତ୍ର ତୁଳସୀ ରଖିବା ଘଟଣା। ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଶ୍ରମ ମୁଖ୍ୟ ଟ୍ରଷ୍ଟି ପାଣ୍ଡବ ପରିଡ଼ା। କୁନି ସାରଥୀଙ୍କ ପାଦତଳେ ତୁଳସୀ ରଖିବା ଫଟୋ ଏବେକାର ନୁହେଁ ବୋଲି ସେ କହିଛନ୍ତି। ଏହି ଫଟୋ ୧୦ ବର୍ଷ ତଳର । ଆଶ୍ରମରେ ତୁଳସୀ ପାଦରେ ନୁହେଁ ପ୍ରଭୁଙ୍କ ମୁଣ୍ଡରେ ଦିଆ ଯାଇଥାଏ ବୋଲି କହିଛନ୍ତି। ଯିଏବି ତୁଳସୀ ପାଦରେ ଦେଇଛି ସେଥିପାଇଁ ଗଣମାଧ୍ୟମ ଆଗରେ ହାତ ଯୋଡି କ୍ଷମା ମାଗିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡଵ ପରିଡା। ଭରତପୁର ଥାନାରେ ଏ ନେଇ ଅଭିଯୋଗ ପରେ ଦିନ ତମାମ ଆଶ୍ରମରେ ପୋଲିସ ଛାନବିନ କରିଥିଲା। ଖଣ୍ଡାଗିରି ଥାନାରେ ଜୋନ-3 ACPଙ୍କୁ ଆଶ୍ରମ ଦସ୍ତାବିଜ ପ୍ରଦାନ କରିଥିଲେ। ପୋଲିସ ମାମଲାରେ ମୁଖ୍ୟ ଟ୍ରଷ୍ଟ୍ରିଙ୍କୁ ଅଧିକ ପଚାରଉଚରା କରିଛି। ଆଶ୍ରମରେ ବିଦେଶ ଅର୍ଥ ଲାଗିବା ଘଟଣାକୁ ଖଣ୍ଡନ କରିଛନ୍ତି ପାଣ୍ଡବ। ଯେଉଁମାନେ ପ୍ରଭୁଙ୍କୁ ଜାଣିଛନ୍ତି ଓ ବିଶ୍ୱାସ କରନ୍ତି ସେମାନେ ଆଶ୍ରମକୁ ଆସନ୍ତି। ନିଶାଦ୍ରବ୍ୟ ଓ ଆମିଷ ଭକ୍ଷଣ କରୁଥିବା ଲୋକଙ୍କୁ ଆଶ୍ରମ ମନା ବୋଲି କହିଛନ୍ତି। ପ୍ରଭୁଙ୍କର ଅଲୌକିକ ଘଟଣା ବହୁତ ରହିଛି। ପ୍ରଭୁଙ୍କୁ ଓ ଆଶ୍ରମକୁ ବଦନାମ କରିବାକୁ କିଛି ଲୋକ ମିଛ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଆଶ୍ରମ ଟ୍ରଷ୍ଟି ପାଣ୍ଡବ ପରିଡ଼ା

Latest Posts

Don't Miss