ସୋର ଥାନାରେ ଓକିଲଙ୍କୁ ମାଡ଼ ଭିଡିଓ ଭାଇରାଲ: ୯ମ ଦିନରେ ପହଞ୍ଚିଲା ଓକିଲଙ୍କ ଆନ୍ଦୋଳନ

ବାଲେଶ୍ୱର: ସୋର ଥାନାରେ ଓକିଲଙ୍କୁ ପୋଲିସ ମାଡ଼ ମରା ଭିଡିଓ ଭାଇରାଲ । ମାଡ଼ ଘଟଣାର ପ୍ରତିବାଦରେ ସୋର ଓକିଲ ସଂଘ ୯ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ଓକିଲଙ୍କୁ ପୋଲିସ ମାଡ଼ ମାରିବା ସହିତ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏପରିକି ମାଡ଼ରେ ଅଚେତ ହୋଇଯାଇଥିଲେ ଓକିଲ । ସୂଚନା ଅନୁସାରେ, ସୋର କଲେଜ ଛକରେ ଓକିଲ ଧୀରେନ୍ଦ୍ର ଦାସ ଭଡ଼ାଘରେ ରହନ୍ତି । ଗତ ୪ ତାରିଖରେ କୌଣସି ଏକ ମାମଲାରେ ତାଙ୍କ ଘରେ ଭୁବନେଶ୍ୱର ନୟାପଲ୍ଲୀ ଓ ସୋର ଥାନା ପୋଲିସ ପହଞ୍ଚି ଗେଟ୍‌ ଖୋଲିବାକୁ କହିଥିଲେ । ତେବେ ସେ ଭଡ଼ାଘରେ ରହୁଥିବାରୁ ଘର ମାଲିକଙ୍କୁ କହିବାକୁ ଧୀରେନ୍ଦ୍ର କହିଥିଲେ । ପୋଲିସ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଥାନାକୁ ନେଇ ଯାଇଥିଲା । ସୋର ଥାନାରେ ମାଡ ମାରି ୧୨ଘଣ୍ଟା ପରେ ତାଙ୍କୁ ଛାଡ଼ିଥିବା ଓକିଲ କହିଛନ୍ତି । ଘଟଣାକୁ ସୋର ଓକିଲ ସଂଘ ବିରୋଧ କରି ଆନ୍ଦୋଳନ ଜାରି ରଖିଛି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଭେଟି ଦାବି ଜଣାଇଛି ସୋର ଓକିଲ ସଂଘ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

 

 

Leave a Reply