ସୋର : ବାଲେଶ୍ୱର ସିମୁଳିଆ ଥାନା ଭୁଗୁପୁର ଶାସନରେ ବିଳମ୍ବିତ ରାତିରେ ଲୁଟ୍। ଗୋଟିଏ ଗାଁରୁ ଦୁଇ ଜଣଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବା ବେଳେ ଦୃବୁର୍ତ୍ତ ମାନେ ଘରେ ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘର କାମ ପାଇଁ ରଖିଥିବା ଟଙ୍କାକୁ ଲୁଟିନେଇଛନ୍ତି ଦୁର୍ବୃତ୍ତ l ବାହାର ପଟୁ ଦୃବୁର୍ତ୍ତ ତାଲା ପକାଇ ଅନ୍ୟ ଘରେ ଥିବା ଆଟାଚରୁ ଘର କାମ ପାଇଁ ରଖିଥିବା ୯୫ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି l ସେହିପରି ଅନ୍ୟ ଏକ ଘର ପଶି ଧାନ ବିକ୍ରି ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ l ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

