ସୋର: ଭାଇରାଲ ହେଲା ନିଶାସକ୍ତ ଯନ୍ତ୍ରୀଙ୍କ ଉନ୍ମତ୍ତକାଣ୍ଡ ଭିଡିଓ । ସାର୍ଟ ଖୋଲି ଅଫିସରେ ଶୋଇଲେ କାର୍ଯ୍ୟରତ ସରକାରୀ ଯନ୍ତ୍ରୀ । ଲୋକେ ସାର୍ଟ ପିନ୍ଧାଉ ଥିବାର ଭିଡିଓ ଭାଇରାଲ ହୋଇଛି । ଖବର ଅନୁସାରେ ବାହାନଗା ବ୍ଲକର କନିଷ୍ଠ ଯନ୍ତ୍ରୀ କିଶୋର କିଷାନଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା । ଏମିତି କି ସବୁବେଳେ ନିଶାସକ୍ତ ରହିବା, ଫାଇଲ ହଜାଇ ଦେବା, ପ୍ରକଳ୍ପର ଅଟକଳ ମୂଲ୍ୟଠାରୁ ଅଧିକ ବିଲ କରିବା, କାର୍ଯ୍ୟାଳୟକୁ ନ ଆସିବା ଆଦିର ଅଭିଯୋଗ ବିଡିଓଙ୍କ ନଜରକୁ ଆସିଥିଲା । ପରେ ଯନ୍ତ୍ରୀ କିଶୋର କିଷାନଙ୍କୁ ପୂର୍ବରୁ ଥିବା ବିଭିନ୍ନ ପଞ୍ଚାୟତ ଦାୟିତ୍ବରୁ ହଟାଇ ଦିଆଯାଇଥିଲା । ଗତ କିଛିଦିନ ତଳେ ଯନ୍ତ୍ରୀ କିଶୋର କିଷାନ ନିଶାସକ୍ତ ଅବସ୍ଥାରେ

ଯନ୍ତ୍ରୀଙ୍କ ସେକ୍ସନରେ ସାର୍ଟ ଖୋଲି ଫୁଙ୍ଗୁଳା ହୋଇ ନିଶାରେ ମତୁଆଲା ହେବା ସହ ଉନ୍ମୁକ୍ତ କାଣ୍ଡ କରିଥିଲେ । ଯଦିଓ ଏହି ଭିଡିଓ କେଉଁ ଦିନର ସ୍ପଷ୍ଟ ହୋଇନାହିଁ, ତଥାପି ଯନ୍ତ୍ରୀଙ୍କ ଏଭଳି ଆଚରଣକୁ ସବୁଠି ନିନ୍ଦା କରାଯାଇଛି । ଏନେଇ ଯନ୍ତ୍ରୀ ଓ ବିଡିଓଙ୍କ ପ୍ରତିକ୍ରିୟା ମିଳିନାହିଁ ।