ବାଲେଶ୍ଵର ସୋର ଜେଲରୁ ଝାଡ଼ଖଣ୍ଡ ଅଂଚଳର ଜଣେ କଏଦୀ ଫେରାର

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଜେଲରୁ ଜଣେ କଏଦୀ ଫେରାର । ଏକ ଚୋରି କେସରେ ସିମୁଳିଆ ପୋଲିସ ଦ୍ୱାରା ଗିରଫ ହୋଇ ସୋର ଜେଲରେ ଥିଲା। ଫେରାର କଏଦୀ ଝାଡ଼ଖଣ୍ଡ ଅଞ୍ଚଳର ଦୀପକ ରାଏ। ଜେଲରେ ଥିବା ପାଚେରୀ ଡେଇଁ ଫେରାର ହୋଇଯାଇଛି । ସଂନ୍ଧ୍ୟାରେ କଏଦୀ ମାନଙ୍କୁ ଗଣତି ସମୟରେ ଜଣେ କମ ଥିବା ଜାଣିବାକୁ ପାଇଥିଲେ ଜେଲ କର୍ତ୍ତୃପକ୍ଷ । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ନମିଳିବାରୁ ସୋର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଜେଲର ବୈଲୋଚନ ଦାସ। ଅଭିଯୋଗ ପରେ ପୋଲିସ ବିଭିନ୍ନ ଷ୍ଟେସନ, ବସଷ୍ଟାଣ୍ଡରେ ଫେରାର କଏଦୀକୁ ଖୋଜୁଥିବା ସୂଚନା ଦେଇଛନ୍ତି ଜେଲର । ଏ ପର୍ଯ୍ୟନ୍ତ ଫେରାର କଏଦୀର କୌଣସି ସନ୍ଧାନ ମିଳିପାରିନି।