ଭାଇ ଭାଉଜକୁ ହତ୍ୟା କରିଥିଲା ସାନ ଭାଇ, ହତ୍ୟା ଘଟଣାର ପର୍ଦ୍ଦାଫାସ କଲେ ଏସପି
1 min readବାଲେଶ୍ବର: ସୋର ସବିରା ଗ୍ରାମର ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାସ । ଜମି ପାଇଁ ବଡ଼ ଭାଇ ଓ ଭାଉଜକୁ ହତ୍ୟା କରିଛି ସାନ ଭାଇ ମଧୁସୂଦନ ବେହେରା l ଜମି ଦଖଲକୁ ନେଇ ଲାଗିରହିଥିଲା ଅସନ୍ତୋଷ ।
ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିଲା ମଧୁସୂଦନ। ତେବେ ଗତ ବୁଧବାର ବଡ଼ ଭାଇ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତି ବେହେରାଙ୍କୁ ଅତି ନୃଶଂସ ଭାବେ ଗଳାକାଟି ହତ୍ୟା କରିଥିଲେ ସାନ ଭାଇ ମଧୂସୁଦନ ଓ ଜେନା ସାହିର ସହଯୋଗୀ ମାନସ ଜେନା ।
ହତ୍ୟାକାଣ୍ଡ ଠାରୁ ଶହେ ମିଟର ଦୂର ପୋଖରୀରୁ ଖଣ୍ଡା, ଏସିଡ ବୋତଲ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି । ଅଭିଯୁକ୍ତଙ୍କ ବିରୋଧର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକ ଦାବି ହୋଇଛି ।