ବିଜେପିର ସୋର ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଜୋରଦାର ବିରୋଧ

ସୋର: ବିଜେପିର ସୋର ବିଧାୟକ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କୁ  ଜୋରଦାର ବିରୋଧ । ସୋର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ଘୋଷଣା ପରେ ସୋର ବିଜେପିରେ ବିସ୍ପୋରଣ । ବିଧାୟକ ପ୍ରାର୍ଥୀ ଆଶାୟୀ ଥିବା ରାକେଶ ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଓ କର୍ମୀଙ୍କର ରାଜୁ ଦାସ ହାଏ ହାଏ, ଛିଃ  ଛିଃ ନାରାରେ କମ୍ପିଲା ଉଠିଲା ସୋର ଭାରତୀୟ ଜନତା ପାର୍ଟି ଅଫିସ । ରାଜୁ ଦାସ ଗୋ ବ୍ଯାକ୍ । ବିଜେପିର ବଡ଼ ବଡ଼ିଆଙ୍କ ମନମୁଖୀ କାର୍ଯ୍ୟ ଚଳିବ ନାହିଁ । ଆଜି ଠୁଁ ଅଫିସ ତାଲା ପଡ଼ିବ। ଟିକେଟ ପରିବର୍ତ୍ତନ ଆମର ଦାବି । ଭଦ୍ରକିଆ ଶାସନ ଚଳିବ ନାହିଁ ବୋଲି କହି କର୍ମୀମାନେ ହୋ ହଲ୍ଲା କରିଥିଲେ ।