spot_img

Latest Posts

ଦଣ୍ଡନାଚ ଦେଖିବାକୁ ଆସି ଦୁଇ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ

ଭଞ୍ଜନଗର : ଦଣ୍ଡନାଚ ଦେଖିବାକୁ ଆସି ଦୁଇ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ । ଗଞ୍ଜାମ ସୋରଡା ଥାନା ପୋଡା ପୋଖରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଗୋବିନ୍ଦପୁର ଗାଁର ଗୁରୁଦେବ ପ୍ରଧାନ , ଚାଞ୍ଚରାପଲ୍ଲୀ ଗାଁର ବଳିଆ ମଲ୍ଲିକ । ଗୁରୁତର ସୋରଡ଼ାର ଗାୟତ୍ରୀ ମଲ୍ଲିକ, ବହଗାପଲ୍ଲିର ପିଣ୍ଟୁ ମଲ୍ଲିକ, ଲାଠିପଡ଼ାର ଜିତୁ ସେଠୀଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୋରଡା ଅଗ୍ନିଶମ ବାହିନୀ ଗୁରୁତର ମାନଙ୍କୁ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୋରଡା ପୋଲିସ୍ ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି ।

Latest Posts

Don't Miss