SOP ଜାରି ହେବା ପରେ ଖୋଲିବ ସ୍କୁଲ,ଆଲୋଚନା ପରେ ଖୋଲିବ ମନ୍ଦିର

1 min read

ଭୁବନେଶ୍ୱର: ଦୀର୍ଘଦିନ ପରେ ଖୋଲିବ ସ୍କୁଲ । କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଶନିବାର ଦିନ ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଅନଲକ୍ 6.0ରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । ଗାଇଡଲାଇନରେ ନଭେମ୍ବର ୧୬ରୁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସ୍କୁଲ ଖୋଲିବା ପାଇଁ ବିଭାଗ ପ୍ରସ୍ତୁତ ଥିଲା ଆଉ ଅଛି । SRC ଙ୍କ ପକ୍ଷରୁ ନଭେମ୍ବର ୧୬ରେ ସ୍କୁଲ ଖୋଲିବାକୁ ନେଇ ଘୋଷଣା କରାଯାଇଛି । ତେଣୁ ଏହାର SOP କେମିତି ପ୍ରସ୍ତୁତ ହେବ, ସେ ନେଇ ବିଭଗୀୟ ସଚିବଙ୍କୁ ସମସ୍ତ ଅଂଶିଦାରଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ SOP ପ୍ରସ୍ତୁତ ହେବା ପରେ କେଉଁ ତାରିଖରୁ ସ୍କୁଲ ଖୋଲିବ, ସେ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ । ଏବଂ ଏନେଇ SRCଙ୍କୁ ମଧ୍ୟ ପ୍ରସ୍ତାବ ପଠାଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ଦିର ଖୋଲିବ ?

ଅନ୍ୟପକ୍ଷରେ ମନ୍ଦିରକୁ ଭକ୍ତଙ୍କୁ ପୂଜା ପାଇଁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ ଚୌଧୁରୀ ।  ସବୁ ଦିଗକୁ ଅନୁଧ୍ୟାନ କରି ନିଷ୍ପତି ନିଆଯିବ ।  ମନ୍ଦିର କର୍ତ୍ତୃପକ୍ଷ, ସାଧାରଣ ଲୋକଙ୍କ ମତାମତ ନେଇ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ରହୁଛି । ସେ ସବୁକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଏମସି କମିଶନର ।

ଏହାସହ ମଣ୍ଡପ ବ୍ୟବହାରକୁ ବାରଣ କରାଯାଇନାହିଁ , ୧୦୦ରୁ ୨୦୦ ଲୋକଙ୍କୁ ଅନୁମତି ମିଳିଛି ଏବଂ ସେମାନେ କୋଭିଡ ନିୟମାବଳୀ ମାନିବାକୁ ବାଧ୍ୟ । ଭୁବନେଶ୍ୱରରେ ସକ୍ରିୟ ମାମଲା ଏତେ ଟା ନାହିଁ । ତେବେ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ସମସ୍ତେ କୋଭିଡ ନିୟମ ମାନିବାକୁ କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ ଚୌଧୁରୀ ।

Leave a Reply