spot_img

Latest Posts

କାଲିଠୁ ଜଗା ଦର୍ଶନ, କେବଳ ସେବାୟତଙ୍କ ପରିବାରକୁ ମିଳିବ ଅନୁମତି

ପୁରୀ: କାଲିଠୁ ଆରମ୍ଭ ହେଉଛି ଜଗା ଦର୍ଶନ।  ତେବେ ପ୍ରଥମେ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ସଦସ୍ୟଙ୍କ ଲାଗି ଶ୍ରୀମନ୍ଦିର ଦର୍ଶନ ଲାଗି ମିଳିବ ଅନୁମତି । ସାଧାରଣ ଜନତାଙ୍କ ଲାଗି ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ତେବେ ୧୬ ତାରିଖରୁ ୨୦ ତାରିଖ ଯାଏଁ କେବଳ ପୁରୀ ପୌରାଞ୍ଚଳରର ଲୋକମାନଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ। ଆସନ୍ତା ୨୩ ତାରିଖରୁ ସମସ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ଲାଗି ଅନୁମତି ମିଳିବ। ଶ୍ରୀମନ୍ଦିର ଖୋଲିବା ସମୟ ସକାଳ ୭ଟାରୁ ସନ୍ଧ୍ୟା ୭ଟା ରହିବ।

ସପ୍ତାହରେ କେବଳ ୬ ଦିନ ମନ୍ଦିର ଖୋଲା ରହିବ । ସମସ୍ତ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦର ରହିବ। ଏହା ସହ କରୋନା ନିୟନ୍ତ୍ରଣ ଲାଗ ପ୍ରମୁଖ ପର୍ବପର୍ବାଣୀରେ ବି ଶ୍ରୀମନ୍ଦିର ବନ୍ଦ ରହିବା । ମନ୍ଦିର ପରିସରରେ ସମସ୍ତ ଭକ୍ତଙ୍କ ଲାଗି ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବେ । ସେମାନେ କୌଣସି ମୂର୍ତ୍ତିକୁ ଛୁଇଁବେ ନାହିଁ । ଶ୍ରୀମନ୍ଦିର ଭିତରକୁ ଫୁଲ ଓ ଭୋଗ ନିଆଯାଇପାରିବ ନାହିଁ । ମନ୍ଦିର ଭିତରେ ଦୀପ ଜାଳିବାକୁ ବି ଅନୁମତି ମିଳିବ ନାହିଁ । ପଲିଥିନ ବ୍ୟାଗକୁ ନିଷିଦ୍ଧ କରାଯାଇଥିବାବେଳେ ଏଥିଲାଗି ୧୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ତମାଖୁ, ପାନ, ଛେପ ପକାଇବାକୁ ନିଷିଦ୍ଧ କରାଯାଇଛି।

ଏଥିସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ଖାଇବା ମଧ୍ୟ ମନା ହୋଇଛି। ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର କ୍ୟୁ ବ୍ୟବସ୍ଥା ହେବ। ୬୫ ବର୍ଷରୁ ଅଧିକ ବୟସର ଲୋକ, ରୋଗୀ, ୧୦ ବର୍ଷରୁ କମ ବୟସର ଶିଶୁଙ୍କୁ ନ ଆସିବା ଲାଗି ପରାମର୍ଶ ଦିଆଯାଇଛି। ମଙ୍ଗଳ ଆଳତିଠାରୁ ରାତି ପହଡ଼ ଯାଏଁ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ହେଲେ ମନ୍ଦିରରେ ପ୍ରବେଶ ପୂର୍ବରୁ ସେମାନେ ସ୍ୱାସ୍ଥ୍ୟକାର୍ଡ ଓ ଆଧାର କାର୍ଡ ଦେଖାଇବେ। ସେବାୟତଙ୍କ ସାଥୀରେ ଅନ୍ୟ କୌଣସି ଲୋକଙ୍କୁ ଅନୁମତି ଅଧିକାର ମିଳିବ ନାହିଁ । ସାଧାରଣ ଭକ୍ତଙ୍କ ଲାଗି ବି ନିୟମ ଜାରି ହୋଇଛି । ସେମାନଙ୍କ ଲାଗି ଦୁଇଟି ଯାକ ଡୋଜ ନେଇଥିବାର ପ୍ରମାଣ ପତ୍ର ବା ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ହୋଇଛି। ସେମାନେ ଫଟୋ ପରିଚୟପତ୍ର ଦେଖାଇବେ। ସମସ୍ତ ବାହାର ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଉତ୍ତରଦ୍ୱାର ଦେଇ ବାହାରିବେ।

Latest Posts

Don't Miss