ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ପୀଠରେ ଏସ୍ଓପି ଜାରି

ଆରଡ଼ି: ନୂଆବର୍ଷ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ ତାରିଖ ସଂଧ୍ୟା ୮ଟା ଯାଏଁ ଭକ୍ତଙ୍କ ଦର୍ଶନକୁ ବାରଣ କରିଛି ପ୍ରଶାସନ । ତା’ସହ କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହେବ ଦୈନଦିନ ନୀତିକାନ୍ତି । ସୀମିତ ସେବାୟତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି । ଏପରିକି ମନ୍ଦିର ଓ ପୀଠରେ ଯେପରି ଗହଳି ନହେବ ସେଥିପାଇଁ କଟକଣାକୁ କଡାକଡି କରାଯାଇଛି ।

ଅନ୍ୟପକ୍ଷରେ ପୁରୁଣା ବର୍ଷକୁ ବିଦାୟ ଦେବା ସହ ଓ ନୂତନ ବର୍ଷକୁ ସ୍ୱାଗତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମିବନି ବିଶେଷ ଭିଡ଼ । ହୋଟେଲମାନଙ୍କରେ ହେବନି ଥାର୍ଟି ଫାର୍ଷ୍ଟ ସେଲିବ୍ରେସନ । ସେହିପରି ଡିସେମ୍ବର ୩୧ ଓ ଜାନୁଆରୀ ୨୦୨୨ ବର୍ଷ ଆରମ୍ଭର ପ୍ରଥମ ଦିନରେ ମହାପ୍ରଭୁ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ଓ ଭକ୍ତଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନର‌ ଏଭଳି ପଦକ୍ଷେପକୁ ହୋଟେଲିୟର୍ସ, ସେବାୟତ ଓ ଭକ୍ତ ସ୍ବାଗତ କରିଛନ୍ତି । ସେପଟେ ବର୍ଷ ଆରମ୍ଭରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ।

ଏଥିସହିତ ପଢ଼ନ୍ତୁ: ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲା ୩୬ଟି ମୋବାଇଲ: ସିସିଟିଭରେ କଏଦ ହେଲା ଦୃଶ୍ୟ

 

Leave a Reply