ରାଜନୀତିରେ ପାଦ ଥାପିବେ ସୋନୁ ସୁଦଙ୍କ ଭଉଣୀ; ପଞ୍ଜାବ ନିର୍ବାଚନରେ ପ୍ରାର୍ଥୀ ହେବେ ମାଲଭିକା ସୁଦ୍

ଚଣ୍ଡିଗଡ଼: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲଭିକା ସୁଦ୍ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅଭିନେତା ସୋନୁ ସୁଦ୍ । ତେବେ କେଉଁ ଦଳରୁ ସୋନୁ ସୁଦଙ୍କ ଭଉଣୀ ନିର୍ବାଚନ ଲଢ଼ିବେ ତାହା ଏବେ ବି ସସପେନ୍ସ ରଖିଛନ୍ତି ସୋନୁ । କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ ସାହର୍ଯ୍ୟ କରି ଚର୍ଚ୍ଚାରେ ରହିଥିଲେ ସୋନୁ ସୁଦ । ଲକଡାଉନ ସମୟରେ ସାଧାରଣ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଥିଲେ ସୋନୁ । ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଥିଲେ ସୋନୁ ସୁଦ । ଲକଡାଉନ ସମୟରେ ଫସି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ତାଙ୍କ ଘରକୁ ଫେରିବା ପାଇଁ ମାଗଣା ବସ୍ ସେବା ମଧ୍ୟ ଯୋଗାଇ ଦେଇଥିଲେ ସୋନୁ । ତେବେ ଖାଲି ଏତିକି ନୁହେଁ କରୋନା ମହାମରୀର ଦ୍ବିତୀୟ ଲହରରୀ ସମୟରେ ମଗଣାରେ ଔଷଧସେବା ମଧ୍ୟ ଯୋଗାଇ ଦେଇଥିଲେ ସୋନୁ ସୁଦ । ତେବେ ସୋନୁଙ୍କ ଭଉଣୀ ରାଜନୀତିରେ ଯୋଗ ଦେବେ ବୋଲି ଚଣ୍ଡିଗଡ଼ଠାରୁ ୧୭୦ କିଲୋମିଟର ଦୂରର ମୋଗାରେ ପ୍ରେସ କନଫରମେନ୍ସ କରି ଏହି ସୂଚନା ଦେଇଛନ୍ତି ସୋନୁ ସୁଦ।

ସୋନୁ ସୁଦ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂ ଚନ୍ନିଙ୍କ ସହ ଦେଖା କରିଥିଲେ । ତେଣୁ ସୋନୁଙ୍କ ଭଉଣୀ କଂଗ୍ରେସରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଶା କରାଯାଉଛି ।  ତେବେ ଏହା ପୂର୍ବରୁ ସୋନୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ମଧ୍ୟ ଭେଟିଥିଲେ । ତେବେ କେଜ୍ରୀଓ୍ବାଲଙ୍କୁ ଭେଟିବା ପରେ ସେ ସୋନୁ ସୁଦଙ୍କୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ହୋଇଥିବା ଏକ ପ୍ରୋଗ୍ରାମ ‘ଦେଶ କା ମେଣ୍ଟର’ର ବ୍ରାଣ୍ଡ ଆମ୍ବାସାଡର କରିଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଭେଟିବା ପରେ ଚର୍ଚ୍ଚା ହେଉଥିଲା କି ପଞ୍ଜାବ ନିର୍ବାଚନରେ ସୋନୁ ସୁଦ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ହୋଇପାରନ୍ତି ।

 

ଅନ୍ୟପକ୍ଷରେ ରାଜନୀତିରେ ଯୋଗ ଦେବା ନେଇ ସୋନୁ ସୁଦ କହିଛନ୍ତି କି ରାଜନୀତି ଯୋଗଦେବାରେ ମୋର କୌଣସି ଯୋଜନା ନାହିଁ । ମୋ ପରିବାର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବେଶ୍ ଆଗ୍ରହ । ପଞ୍ଜାବ ଲୋକଙ୍କୁ ପାଇଁ କାମ କରିବାକୁ ମୋ ପରିବାର ପ୍ରତିଶୃତି ବଦ୍ଧ । ଯେକୌଣସି ସ୍ବାଧିନ ପ୍ଲାଟଫର୍ମ ତାଙ୍କୁ ସ୍ବାଧିନ ଭାବରେ ଅନୁମତି ଦେଲେ ସେ ପଞ୍ଜାବ ଲୋକଙ୍କ ପାଇଁ କାମ କରିବେ କହିଛିନ୍ତି ଅଭିନେତା ସୋନୁ ସୁଦ ।

Leave a Reply