ତପୁ ମିଶ୍ରଙ୍କୁ ସୋନୁଙ୍କ ଆଶ୍ୱସ୍ତି, ତୁମର କିଛି ହବନି..

ଭୁବନେଶ୍ୱର: ଦୁଃଖିର ସାଥ ଦେଉଥିବା ସୋନୁ ଏବେ ତପୁଙ୍କ ଦେଇଛନ୍ତି ଆଶ୍ୱସ୍ତି । ମେଡିକାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପାଇଁ ସହାୟତା ପାଇଁ ନିବେଦନ କରିଛନ୍ତି ଅନେକ କଳାକାର ଏବଂ କଣ୍ଠଳିଳ୍ପୀ । କଣ୍ଠଳିଳ୍ପୀ ଗୀତା ଦାସ ସୋନୁ ସୁଡଙ୍କୁ ଟ୍ବିଟ କରି ତପୁ ମିଶ୍ରଙ୍କୁ ୨ଡିଜି ଭ୍ୟାକସିନ ଯୋଗାଇଦେବା ପାଇଁ ନିବେଦନ କରିଥିଲେ । ଏବଂ ଦୀର୍ଘ ଦିନ ଧରି ତପୁ ମିଶ୍ର ଅସୁସ୍ଥ ରହିଥିବା ବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମଧ୍ୟ ଜଣାଇଥିଲେ ।

ସଂନ୍ଧ୍ୟାରେ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ ଏହି ଟ୍ବିଟର ଉତ୍ତର ରଖିଥିଲେ । ଏବଂ କହିଥିଲେ ତପୁ କିଛି ହବନି ତୁମର । ସୋନୁଙ୍କ ଏହି ଟ୍ବିଟ ହିଁ ସ୍ପଷ୍ଟ କରୁଛି, ସେ କିଛିନା କିଛି ପ୍ରୟାସ କରିବାକୁ ଯାଉଛନ୍ତି । କଣ୍ଠଶିଳ୍ପୀ ତମୁ ମିଶ୍ରଙ୍କୁ ସହାୟତା ଏବଂ ସହଯୋଗର ହାତ ବଢାଇବାକୁ ଯାଉଥିବା ନେଇ ସୋନୁଙ୍କ ଟ୍ବିଟରୁ ଆଭାସ ମିଳିଛି ।

କୋଭିଡର ଭୟବହତା ଭିତରେ ଏବେ ମଧ୍ୟ ସାଧାରଣ ଲୋକଙ୍କ ସେବା ଜାରି ରଖିଛନ୍ତି ଅଭିନେତା ସୋନୁ ସୁଡ । ଭରସା ଏବଂ ବିଶ୍ବାସର ଅନ୍ୟ ନାମ ପାଲଟିଥିବା ସୋନୁଙ୍କ ଘର ଆଗରେ ପ୍ରତି ଦିନ ଶହ ଶହ ସାଧାରଣ ଲୋକଙ୍କ ଭିଡ ଜମୁଛି । ଅର୍ଥାତ ଭିନ୍ନ ଭିନ୍ନ ସମସ୍ୟାରେ ନେଇ ସୋନୁଙ୍କ ନିକଟକୁ ଆସୁଥିବାବେଳେ ସମସ୍ତଙ୍କ ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି ସୋନୁ ।

Leave a Reply