ପୁଣିଥରେ ଦିଲ୍ ଜିତିଲେ ସୋନୁ ସୁଦ, ୨୦୦ ଇଡଲି ବ୍ୟବସାୟୀଙ୍କୁ ପଠାଇଲେ ଘରକୁ

1 min read

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଏବେ ସମଗ୍ର ଭାରତରେ ଚର୍ଚ୍ଚାରେ ଅଛନ୍ତି । ସମସ୍ତଙ୍କ ପାଇଁ ଉଦହାରଣ ପାଲଟିଛନ୍ତି ଏହି ଅଭିନେତା । ରିଲ ଲାଇଫରେ ଖଳନାୟକ ଭାବେ ନଜର ଆସୁଥିବା ଅଭିନେତା ଏବେ ରିୟଲ୍ ଲାଇଫରେ ସାଜିଛନ୍ତି ହିରୋ । କରୋନାଭାଇରସ୍ ଯୋଗୁଁ ପାଳନ ହେଉଥିବା ଲକଡାଉନ୍ ମଧ୍ୟରେ, ସେ ଅନେକ ପ୍ରବାସୀ ଶ୍ରମିକମାନଙ୍କର ଭଗବାନ ସାଜିଛନ୍ତି । ଫସି ରହିଥିବା ଲୋକଙ୍କୁ ନିଜ ଗାଁକୁ ପଠାଇ ମହାନ କାମ କରୁଛନ୍ତି ସୋନୁ ।

ଏଥିପାଇଁ ଚାରିଆଡୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟୁଛି । କାରଣ ଏଭଳି ପରିସ୍ଥିତିରେ ସୋନୁ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏହି କାର୍ଯ୍ୟରେ ତାଙ୍କର କୌଣସି ସ୍ୱାର୍ଥ ନାହିଁ । ଲୋକଙ୍କୁ ସାହାଯ୍ୟ କରିବାକୁ ସେ ଭଲ ପାଆନ୍ତି । ତେବେ ଏଭଳି ସମୟରେ ସେ କେମିତି ବା ଆଗାକୁ ଆସିନଥାନ୍ତେ । ଦେଶରେ କରୋନା ଥମିବାର ନାଁ ନେଉନାହିଁ । ସେଥିପାଇଁ ଦିନକୁ ଦିନ ସରକାର ଲକଡାଉନ୍ ନିୟମରେ ପରିବର୍ତ୍ତନ କରୁଛନ୍ତି। ସେଥିପାଇଁ ଅପେକ୍ଷା ନକରି ସୋନୁ ସମସ୍ତଙ୍କୁ ନିଜ ଘରମୁହାଁ କରାଇଛନ୍ତି । ଏବେ ପୁଣି ଥରେ ସୋନୁ ୨୦୦ ଇଡଲି ବ୍ୟବସାୟୀଙ୍କୁ ତାମିଲନାଡୁ ପଠାଇଛନ୍ତି ।

https://www.instagram.com/tv/CBF3r5MH9XY/?utm_source=ig_embed

ବସ୍ ଏବଂ ଫ୍ଲାଇଟ୍ ପରେ ସୋନୁ ସୁଦ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ଟ୍ରେନ୍ ଯୋଗେ ନିଜ ଘରକୁ ପଠାଇଛନ୍ତି। ଲକଡାଉନ୍ ରେ ଫସିଥିବା ଲୋକଙ୍କୁ ସାହାଯ୍ୟ କରିବା ବ୍ୟତୀତ ବାତ୍ୟା ନିସର୍ଗ ଦ୍ୱାରା ପ୍ରଭାବିତ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି ଅଭିନେତା । ସୋନୁ ସୁଦ ଏବଂ ତାଙ୍କ ଟିମ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ଲୋକଙ୍କୁ ସହଯୋଗ କରିଛନ୍ତି । ପାଖାପାଖି ୨୮,୦୦୦ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ସୋନୁ ଓ ତାଙ୍କ ଟିମ୍ ।

ନିକଟରେ ଆର୍ଥିକ ଅସୁବିଧା ସାମ୍ନା କରୁଥିବା ଟିଭି ଅଭିନେତା ରାଜେଶ କରୀର ଲୋକମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଏହା ପରେ ଟିଭି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ତାଙ୍କୁ ସାହାଯ୍ୟ କରିଥିଲେ। ଏବେ ଏହି ସଙ୍କଟରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ରାଜେଶ କରୀରଙ୍କୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply